ଶୋଭନୀୟ ‘ଦେବକନ୍ୟା’ର ବିବାହ ଉତ୍ସବ
1 min read
ଭୁବନେଶ୍ୱର/କଟକ //TATKAL ODISHA//
ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ‘ପୂଜ୍ୟଶ୍ରୀ କୁମାର ଭାଇଙ୍କ’ଦ୍ୱାରା ପ୍ରତିଷ୍ଠିତ କଟକ ବିଡ଼ାନାସୀ ସ୍ଥିତ ଦେବଶିଶୁ-ଶୋଭନୀୟ ଶିଶୁ ଯତ୍ନ କେନ୍ଦ୍ରରେ ବଢ଼ିଥିବା ପିତୃ–ମାତୃହରା କଲ୍ୟାଣୀୟା ‘ପିଙ୍କି’ର ନୂଆସାହି ନିବାସୀ ମାତା ରଶ୍ମିତା ଦାସ ଓ ପିତା ସହଦେବ ଦାସଙ୍କ ପୁତ୍ର ଆୟୁଷ୍ମାନ୍ ‘ପପୁନ୍’ଙ୍କ ସହିତ ଶୁଭ ବିବାହ ଅନୁଷ୍ଠିତ ହୋଇଯାଇଅଛି ।
ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବିବାହ ଉତ୍ସବରେ ଶୋଭନୀୟ ଆନ୍ଦୋଳନ ପକ୍ଷରୁ ଡଃ ସୁବୋଧ କୁମାର ରାଉତରାୟ ଓ ବିଜୟଲକ୍ଷ୍ମୀ ଜେନା କନ୍ୟାଦାନ କରିଥିଲେ ।


ସ୍ଥାନୀୟ ବିଧାୟିକା ଇଂ. ସୋଫିଆ ଫିରଦୋଷ, ମା’ ଶାରଦା ଦେବୀ, ସି.ଡବ୍ଲ୍ୟୁ.ସି ଅଧ୍ଯକ୍ଷ ମାନସ ରଞ୍ଜନ ବିଶ୍ୱାଳ, ସଦସ୍ୟା ମନ୍ଦାକିନୀ ଜେମା, ପ୍ରଗତି ମହାନ୍ତି, ଶିକ୍ଷାବିତ୍ ବିଜୟ କୁମାର ନାଥ, ସମାଜସେବୀ ମୁନା ଜୈନ, ପ୍ରଦୀପ ଜେନା, ଇଂ. ଦୟାନିଧ୍ ରାଉତ, ସମାଜବିଜ୍ଞାନୀ ନିରାକାର ବେଉରା, ଅଧ୍ୟାପକ ଇନ୍ଦ୍ରମଣି ନାୟକ, ଇଂ. ସୁବାସ ରାଉତରାୟ, ଆଇନ୍ଜୀବୀ ଗୀତାଞ୍ଜଳି ବେହୁରା, ବୁଟୁ ବାବୁ, ରବିନ୍ଦ୍ର ବେହେରା ଓ ବହୁ ଶୁଭେଚ୍ଛୁ ଏହି ଅବସରରେ ବର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
