ଥାଲାପତି ବିଜୟଙ୍କ ‘ବିଜୟ’ : ନେଲେ ଶପଥ
1 min readଚେନ୍ନାଇ //TATKAL ODISHA//
ବହୁ ଟଣା ଓଟରା ପରେ ଥାଲାପତି ବିଜୟଙ୍କ ବିଜୟ ହୋଇଛି I ସେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ବିଜୟଙ୍କ ସହିତ ୯ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ରାଜଧାନୀ ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହୋଇଛି ଏହି ଶପଥ ସମାରୋହ I
ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବିଜୟ ଓ ତାଙ୍କ ସହଯୋଗୀ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି ।

ବିଜୟଙ୍କ ବିଜୟ ମୁଦ୍ରା
ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ୫ଜଣ ବିଧାୟକ ମଧ୍ୟ ଯୋଗ ଦେଇଥିଲେ ।
