ଆମେରିକାରେ ପୁଣି ଇସ୍କନର ଅଦିନିଆ ରଥଯାତ୍ରା : ମହାପ୍ରଭୁଙ୍କ ମୂର୍ତ୍ତିରେ ହାତ,ପାପୁଲି
1 min read
Oplus_16908288
ଗୁରୁତ୍ତର ସହ ନିଅନ୍ତୁ ରାଜ୍ୟ ସରକାର
ନୂଆଦିଲ୍ଲୀ,//TATKAL ODISHA//
- ଆମେରିକାର ହଷ୍ଟନ, ବ୍ରିସବେନରେ ହୋଇଛି ଅଦିନିଆ ରଥଯାତ୍ରା I
- ଅଧାଗଢା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରଦର୍ଶିତ ମୂର୍ତ୍ତିରେ ହାତ, ପାପୁଲି ଓ ଆଙ୍ଗୁଳି
- ଟ୍ରକରେ ବସି ଯାତ୍ରା କରୁଛନ୍ତି ମହାପ୍ରଭୁ
ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି, ହେଲେ ଘଟଣାଟି ସତ I ଇସ୍କନ ତାହା କରିଛି I ଉକ୍ତ ସଂସ୍ଥାର ଦୌରାତ୍ମ୍ୟ ଚରାମ ସୀମାରେ ପହଞ୍ଚିଛି I
ଗଜପତି ମହାରାଜା ବାରମ୍ବାର ଚିଠି ଲେଖି ଯେତେ ତାଗିତ କଲେ ବି ଇସ୍କନ କିଛି ଶୁଣୁ ନାହିଁ I ମହାପ୍ରଭୁଙ୍କୁ ନେଇ କରୁଛି ବେପାର I
ଗତ ଏପ୍ରିଲ ୧୧ରେ ଆମେରିକାର ହଷ୍ଟନରେ ଅଦିନିଆ ରଥଯାତ୍ରା ଆୟୋଜନ ପରେ ଇସ୍କନ ଟେକ୍ସାସ୍ ଓ ବ୍ରିସବେନ୍ର ମଧ୍ୟ ରଥଯାତ୍ରା କରିଛି। ଫଳରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି । ଏହା ଶାସ୍ତ୍ର ବିରୋଧୀ ।
“କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଛି ଇସ୍କନ। ଅଭ୍ୟାସଗତ ଆଇନ ଉଲ୍ଲଘଂନକାରି ସଂସ୍ଥା I ଶାସ୍ତ୍ର ବିରୋଧୀ କାର୍ଯ୍ୟ କରୁଛି I”
ତେଣୁ ରାଜ୍ୟ ଏହାକୁ ଗୁରୁତ୍ତର ସହ ନେବା ଦରକାର I କେନ୍ଦ୍ର ସରକାରଙ୍କ ସହଯୋଗରେ ଏହା ଉପରେ କଠୋର ପଦକ୍ଷେପ ନେବା ଜରୁରୀ I
ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଇସ୍କନ ବଡ଼ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ହୋଇଛି I ପଶ୍ଚିମବଙ୍ଗର ଦିଘା ଠାରେ ଜଗନ୍ନାଥ ମନ୍ଦିର କରି ଏମିତି ନୂଆ ବିବାଦ ସ୍ତୃଷ୍ଟି କରିଥିଲା I
