ମେଟ୍ରୋ ରେଳ ବିବାଦ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା
1 min read
Oplus_16908288
- ନିଷ୍ପତ୍ତିର ପୁନବିର୍ବାର ସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ
ଭୁବନେଶ୍ୱର //TATKAL ODISHA//
ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ରାଜନୀତି ତୀବ୍ର ହୋଇଥିଲା ବେଳେ ଭୁବନେଶ୍ୱର ସାଂସନ୍ଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମର୍ମରେ ଚିଠି ଦେଇ ବିବାଦକୁ ଆହୁରି ତାଜା କରି ଦେଇଛନ୍ତି I

- ଟ୍ୱିନ ସିଟିରେ ମେଟ୍ରୋ ରେଳ ପାଇଁ ସର୍ବ ପ୍ରଥମେ ପରିକଳ୍ପନା କରିଥିବା ଅପରାଜିତା ଶୁକ୍ରବାର ତାଙ୍କ ଚିଠିରେ କହିଛନ୍ତି ଯେ, ଭୁବନେଶ୍ୱର -କଟକ ମଧ୍ୟରେ ମେଟ୍ରୋ ଚାଲିଵା ଜରୁରୀ I ମେଟ୍ରୋ ଚାଲିଲେ ପର୍ଯ୍ୟଟନର ବିକାଶ ହେବ I ତେଣୁ ମୁଖ୍ୟମନ୍ତ୍ରୀ ଏହା ଉପରେ ନେଇଥିବା ନିଷ୍ପତ୍ତିର ପୁନବିର୍ବାର ସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ I ଅନ୍ୟ ବଡ଼ ସହରରେ ମେଟ୍ରୋ ଚାଲିଛି I ଏହା ରାଜ୍ୟର ଭାବମୂର୍ତ୍ତି ବୃଦ୍ଧି କରିବାରେ ସହାୟକ ହେବ I

ପାଞ୍ଚ ପୃଷ୍ଠା ସମ୍ବଳିତ ଚିଠିରେ ଅପରାଜିତା କହିଛନ୍ତି ଯେ, ଟ୍ୱିନ ସିଟିରେ ପ୍ରଥମ କରି ଏହି ମେଟ୍ରୋ ଚାଲିବ I କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ହୋଇ ଏହାର ଖର୍ଚ୍ଚ ବହନ କରିବେ I ଆକଳନ ଅନୁସାରେ ମେଟ୍ରୋ ଭଲ ଚାଲିବ I ଏଥିପାଇଁ ପୁଣିଥରେ ରାଜ୍ୟ ସରକାର ପ୍ରୟାସ କରିବା ଦରକାର ବୋଲି ଶ୍ରୀମତୀ ଷଡ଼ଙ୍ଗୀ ଅନୁରୋଧ କରିଛନ୍ତି I
