tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

୨୦୨୮ରେ ୱାର୍ଲ୍‌ଡ ଆଥେଲେଟିକ୍ସ ଚମ୍ପିଅନସିପ୍‌, ପତାକା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର,//Tatkal Odisha//
କଳିଙ୍ଗ ଷ୍ଟାଡିୟମ ଠାରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଶ୍ୱ ଆଥଲେଟିକ୍‌ସ ଚମ୍ପିଅନସିପ୍‌ର ପତାକା ପ୍ରଦାନ କରିଛନ୍ତି।


ପତାକାକୁ ଗ୍ରହଣକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ବିଶ୍ୱ ଆଥଲେଟିକ୍‌ସ ଚମ୍ପିଅନସିପ୍ ଆଗାମୀ ୨୦୨୮ରେ ଆୟୋଜନ କରିବା ପାଇଁ ଓଡ଼ିଶା ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶ୍ୱ ଆଥଲେଟିକ୍‌ସ ଚମ୍ପିଅନସିପ୍ କେବଳ ଏକ ଇଭେଣ୍ଟ ନୁହେଁ, ଓଡ଼ିଶାର କ୍ରୀଡ଼ାପାଇଁ ଏକ ଐତିହାସିକ ମୁହୂର୍ତ୍ତ। ୨୦୨୮ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବା ଆରମ୍ଭ ହୋଇଛି। ଏହି ପତାକା ଆମ ଆଶା, ଆକାଂକ୍ଷା ଓ ଗୌରବମୟ ଯାତ୍ରାର ପ୍ରତୀକ। ଏହା ହେଉଛି ସାରା ବିଶ୍ୱକୁ ଓଡ଼ିଶାର ପ୍ରତିଶୃତି-ଏକ ସଫଳ, ଆକର୍ଷଣୀୟ ଆୟୋଜନ ପାଇଁ ଓଡିଶା ପ୍ରସ୍ତୁତ। ୱାର୍ଲ୍‌ଡ ଆଥଲେଟିକ୍‌ସ ଚମ୍ପିଅନସିପ୍ ବିଶ୍ୱସ୍ତରୀୟ ଟ୍ରାକ୍ ଆଣ୍ଡ ଫିଲ୍‌ଡର ଏକ ପ୍ରତିଷ୍ଠିତ କାର୍ଯ୍ୟକ୍ରମ। ଏଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳୀମାନେ ପ୍ରତିଯୋଗିତା କରି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉଦ୍ୟମ କରିଥାନ୍ତି।


ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ରବୀନ୍ଦ୍ର ଚୌଧୁରୀ ଏବଂ ଓଡ଼ିଶାର କ୍ରୀଡ଼ା ସଚିବ ଭୂପେନ୍ଦ୍ର ସିଂ ପୁନିଆ ପୋଲାଣ୍ଡରେ ଏହି ଚମ୍ପିଅନସିପ୍‌ର ଫ୍ଲାଗ୍ ଗ୍ରହଣ କରିଥିଲେ। ଏହାଦ୍ୱାରା ଭାରତ ଓ ଓଡ଼ିଶାକୁ ଏହି ଚମ୍ପିଅନସିପ୍ ଆୟୋଜନ କରିବାର ଦାୟିତ୍ୱ ବିଧିବଦ୍ଧ ଭାରେ ପ୍ରଦାନ କରାଯାଇଛି।
ପୋଲାଣ୍ଡରେ ୱାର୍ଲ୍‌ଡ ଆଥଲେଟିକ୍ସର ପ୍ରେସିଡେଣ୍ଟ ସେବାଷ୍ଟିଆନ୍ କୋ ଭାରତର ଓଡ଼ିଶାରେ ଏହି ଚମ୍ପିଅନସିପ୍ ହେବ ବୋଲି ଘୋଷଣା କରିଥିଲେ। ଏହାଦ୍ୱାରା ବିଶ୍ୱ କ୍ରୀଡ଼ା ପଟଳରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। (ଜିତେନ୍ଦ୍ର)

Share

Leave a Reply