tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଭାରତ ଠାରୁ ୩,୮୦୦ କୋଟିରେ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବ ଇଣ୍ଡୋନେସିଆ

1 min read

ନୂଆଦିଲ୍ଲୀ, ଯାକର୍ତ୍ତା,//TATKAL ODISHA//

ଇରାନ -ଆମେରିକା ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ବିଶ୍ୱର ସର୍ବବୃହତ ମୁସଲିମ ଦେଶ ଇଣ୍ଡୋନେସିଆ ଭାରତଠାରୁ ପ୍ରାୟ ୪୫୦ ନିୟୁତ ଡଲାର ଅର୍ଥାତ୍ ୩୮୦୦ କୋଟି ଟଙ୍କାରେ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବ I

ଏନେଇ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି I  

ଫିଲିପାଇନ୍ସ ପରେ ବ୍ରହ୍ମୋସ କିଣିବାରେ ଇଣ୍ଡୋନେସିଆ ଦ୍ୱିତୀୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ । ସେହିପରି ଭିଏତନାମ, ଥାଇଲାଣ୍ଡ, ସାଉଦି ଆରବ, ୟୁଏଇ, ଓମାନ, ଇଜିପ୍ଟ ଏବଂ କିଛି ଲାଟିନ୍ ଆମେରିକୀୟ ଦେଶ ମଧ୍ୟ ବ୍ରହ୍ମୋସ୍ କିଣିବାକୁ ଭାରତ ସହ ଚୁକ୍ତି ନେଇ ଆଲୋଚନା କରୁଛନ୍ତି।

   ଗଣମାଧ୍ୟମକୁ ଭାରତୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ,ରୁଷ ସହାୟତାରେ ବିକଶିତ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ ଘଣ୍ଟା ପ୍ରତି ୩୭୦୦ କିଲୋମିଟର ବେଗରେ ଲକ୍ଷ୍ୟଭେଦ କରିପାରିବ। ଏହାର ପରିସର ପ୍ରାୟ ୮୦୦ କିଲୋମିଟର। ଏହା ୨୦୦ ରୁ ୩୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ। ଏହାକୁ ସ୍ଥଳ, ସମୁଦ୍ର ଏବଂ ଆକାଶରୁ ନିକ୍ଷେପ କରାଯାଇପାରିବ। ଶତ୍ରୁ ରାଡାରକୁ ଏଡାଇବା ପାଇଁ ଏହା ଅତ୍ୟନ୍ତ କମ୍ ଉଚ୍ଚତାରେ ଉଡ଼ିବାକୁ ସକ୍ଷମ।

   ଇଣ୍ଡୋନେସିଆ କହିଛି ଯେ,  ଆଧୁନିକୀକରଣ ଏବଂ ଉପକୂଳ ସୁରକ୍ଷା କ୍ଷମତାକୁ ଏହି ଚୁକ୍ତି ସହାୟକ  କରିବ I 

Share

Leave a Reply