ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ
1 min read
Oplus_16908288
- ସମ୍ବଲପୁର//TATKAL ODISHA//
- ରିପୋର୍ଟ : ସିଦ୍ଧିପ୍ରଦା ଦାଶ
- +++++++++++++++++++
ସମ୍ବଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ l ବୋମା ଧମକ ପରେ ସମ୍ବଲପୁର ଦୌରା ଜଜ ଓ ଏହାର ଆଖ ପାଖ ଅଞ୍ଚଳ ର ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୋଲିସ ।
ସମ୍ବଲପୁର ଜ଼ିଲ୍ଲା ଦୌରାଜଜ କୋର୍ଟ କୁ ବୋମା ଧମକ ଆସିଥିଲା l ବୋମା ମାଡ଼ ଧମକ ଆସିଥିବା ସୂଚନା ମିଳିବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ l
“କିଏ ଏପରି ଧମକ ଦେଇଛି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି”
ପୋଲିସ ବୋମା ନିରୋଧକ ସ୍କ୍ୱାଡ଼କୁ ଖବର ଦେବାପରେ ସ୍କ୍ୱାଡ଼ ଘଟଣା ସ୍ଥଳରେ ପହଞ୍ଚି କୋର୍ଟର ବିଭିନ୍ନ ସ୍ଥାନରେ ରାତି ତମାମ ଯାଞ୍ଚ କରିଥିଲା l ସମ୍ବଲପୁର ପୋଲିସର କେ 9 ସ୍କ୍ୱାଡ଼ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ କରୁଥିବା ଜଣାପଡିଛି l ତେବେ କିଏ ଏପରି ଧମକ ଦେଇଛି ପୋଲିସ ଏନେଇ ପୋଲିସ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି l

ସୋମବାର କୋର୍ଟ ଖୋଲିବା ପୂର୍ବରୁ ସମ୍ବଲପୁର ଜିଲ୍ଲାକୋଟ, SDJM କୋଟ, ଏସପି ଅଫିସ, ପାର୍କିଙ୍ଗ ଅଂଚଳକୁ ଯାଂଚ କରାଯାଇଛି। ବୋମା ନିରୋଧକ ସ୍କ୍ବାଡ, ଡଗ ସ୍କ୍ବାଡ, ମେଟାଲ ଡିଟେକ୍ଟର ସାହାର୍ଯ୍ୟରେ ଯାଂଚ ଚାଲିଛି।
କୋଟର ଉଭୟ ଗେଟରେ ପୋଲିସ ଯାଂଚ, କଚେରି ଛକରେ ପୋଲିସ ବେରିକେଡ ସହ ପରିଚୟ ପତ୍ର ଦେଖାଇ ପ୍ରବେଶ କରୁଛନ୍ତି। ସେପଟେ ଅତିରିକ୍ତ ଏସପି କହିଛନ୍ତି ଗତକାଲି ରାତି ଠୁ ପୋଲିସ ସୁରକ୍ଷା ବଢାଯାଇଛି । କିଏ ଓ କାହିକି ମେଲ କରିଛି ତାର ତଦନ୍ତ ଚାଲିଥିବା କହିଛନ୍ତି।
ରବିବାର ରାତିରେ ଏହି ଧମକପୂର୍ଣ୍ଣ ମେଲ୍ ଓଡ଼ିଆ ଭାଷାରେ କୋର୍ଟ ରେଜିଷ୍ଟର କୁ ମେଲ ଆସିଥିଲା ।
