ଟି-୨୦ ବିଶ୍ୱକପ କ୍ରିକେଟ : ପାକିସ୍ତାନକୁ ପାଣି ପିଆଇଲା ଭାରତ
1 min read
- ଈଶାନ ମ୍ୟାନ ଅଫ ମ୍ୟାଚ
- ୬୧ ରନରେ ପାକିସ୍ତାନ ହାରିଛି
କଲମ୍ବୋ, ନୂଆଦିଲ୍ଲୀ //TATKAL ODISHA//
ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ପ୍ରେମଦାସସା ଷ୍ଟାଡିଅମରେ କେଳାଯାଇଥିବା ଟି-୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନକୁ ପାଣି ପିଆଇଛି ଭାରତ I
୬୧ ରନରେ ପାକିସ୍ତାନ ହାରିଛି I
ପ୍ରଥମେ ଟସ ଜିତି ପାକିସ୍ତାନ ଦଳ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା I ଭାରତ କୋଡିଏ ଓଭରରେ ୧୭୫ କରିଥିଲା I ଭାରତ ପକ୍ଷରୁ ଓପନର ଭାବେ ଖେଳି ଈଶାନ କିଷନ ମାତ୍ର ୨୭ ବଲରେ ଅର୍ଦ୍ଧ ଶତକ କରି ରେକର୍ଡ କରିଥିଲେ I
ପରେ ପାକିସ୍ତାନ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା I ଧାର୍ଯ୍ୟ ରନ କରି ନ ପାରି ସବୁ ଖେଳାଳି ପ୍ୟାଭିଲିଆନ ନିରାଶ କରି ଚାଲିଯାଇଥିଲେ I ପାକିସ୍ତାନ ସର୍ବ ମୋଟ ୧୧୪ ରନ କରି ହାତ ଟେକିଦେଇଥିଲା I ଫଳରେ ଭାରତ ୬୧ ରନରେ ପାକିସ୍ତାନ ଠାରୁ ଜିତିଥିଲା I ଈଶାନ ମ୍ୟାନ ଅଫ ମ୍ୟାଚ ହୋଇଥିଲେ I
