tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେନ୍ଦ୍ର ବଜେଟ : ଓଡ଼ିଶାରେ ଆରମ୍ଭ ହେବ ନ୍ୟାସନାଲ୍ ୱାଟର ୱେ-୫

1 min read
  • ତାଳଚେର-ଅନୁଗୁଳ-କଳିଙ୍ଗନଗରକୁ ପାରାଦୀପ ସହ ଯୋଡ଼ିବ
  • ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ, କେରଳରେ ଖଣିଜ କରିଡର ପ୍ରତିଷ୍ଠା
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//

ପାଞ୍ଚ ବର୍ଷରେ ୨୦ ନୂଆ ଜଳ ମାର୍ଗ ଆରମ୍ଭ ହେବ। ଓଡ଼ିଶାରେ ନ୍ୟାସନାଲ୍ ୱାଟର ୱେ-୫ ଆରମ୍ଭ ହେବ। ତାଳଚେର-ଅନୁଗୁଳ-କଳିଙ୍ଗ ନଗରକୁ ପାରାଦୀପ ସହ ଯୋଡ଼ିବ।

  ରବିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ବେଳେ ଏହା ଘୋଷଣା କରିଛନ୍ତି । 

‘ଖଣିଜ କରିଡର’ ନିର୍ମାଣ ନେଇ ଅର୍ଥ ମନ୍ତ୍ରୀ ବି ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ତାମିଲନାଡୁ ଏବଂ କେରଳରେ ଏହି ଖଣିଜ କରିଡର ପ୍ରତିଷ୍ଠା କରାଯିବ। କରିଡର ନିର୍ମାଣ ଦ୍ୱାରା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ଏହା ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସୀତାରମଣ କହିଛନ୍ତି ଯେ, ଓଡ଼ିଶାର ଖଣି ପ୍ରବଣ ଜିଲ୍ଲାଗୁଡ଼ିକରେ ଭିତ୍ତିଭୂମିର ବିକାଶ ହେବା ସହ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜିନିବେଶକାରୀମାନେ ଆକୃଷ୍ଟ ହେବେ । ଶିଳ୍ପାଞ୍ଚଳ ଏବଂ ବନ୍ଦର ସହିତ ସିଧାସଳଖ ଯୋଡ଼ିବା ସମ୍ଭବ ହେବ I

Share

Leave a Reply