ମହେନ୍ଦ୍ର ମିଶ୍ର, ଶରତ ପାତ୍ର, ସିମାଞ୍ଚଳ ପାତ୍ର, ଚରଣ ହେମ୍ରମ
1 min read
- ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA //
ଓଡ଼ିଶାରୁ ୨୦୨୬ ମସିହା ପାଇଁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମ ଓ ମହେନ୍ଦ୍ର କୁମାର ମିଶ୍ର ଏବଂ କଳା କ୍ଷେତ୍ରରେ ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି I
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ସାମାଜିକ ଗଣମାଧ୍ୟମ ଏକ୍ସରେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆପଣମାନଙ୍କର ଏହି ଉପଲବ୍ଧି ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ବୋଲି ପ୍ରକାଶ କରିଛନ୍ତି।

ବୁଣାକାର ଶିଳ୍ପୀ ଶରତ କୁମାର ପାତ୍ର
