ଆଜି ଠାରୁ ଗୀତା ଜ୍ଞାନଯଜ୍ଞ : ପ୍ରବକ୍ତା-ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ
1 min read
-ସ୍ଥାନ :ଉତ୍କଳ ମଣ୍ଡପ, ଭୁବନେଶ୍ୱର
ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ। ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧୈଦକର୍ମଣଃ II
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମଯୋଗ ସମ୍ବନ୍ଧରେ କହୁଛନ୍ତି : –”ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ।”
ପ୍ରତିବର୍ଷ ପରି ଚଳିତ ବର୍ଷ ଜାନୁଆରୀ ୬ରୁ ୮ ମଧ୍ୟରେ ଭୁବନେଶ୍ୱରସ୍ଥ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣ୍ଡପରେ “ଗୀତା ଜ୍ଞାନ ଯଜ୍ଞ” ଅନୁଷ୍ଠିତ ହେବ ।
ସମୟ – ସନ୍ଧ୍ୟା ୫.୩୦ ରୁ ୬.୩୦ – ଭଜନ ସନ୍ଧ୍ୟା ୬.୩୦ରୁ ୮.୩୦
ଉକ୍ତ ସତତ୍ସଙ୍ଗ କାର୍ଯ୍ୟକ୍ରମରେ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଆଶୀର୍ବଚନ ପ୍ରଦାନ କରିବେ ।
ଉକ୍ତ କାର୍ଯ୍ୟକ୍ରମରେ ଆପଣ ସପରିବାର ଉପସ୍ଥିତ ରହି ଗୁରୁ, ଗୋବିନ୍ଦ ଓ ଗୀତା ମାତାଙ୍କର କୃପା ଲାଭ କରିବା ପାଇଁ ଅନୁରୋଧ ।
ଯେଉଁମାନେ ଦୀକ୍ଷା ନେବାକୁ ଚାହୁଁଛନ୍ତି, ସେମାନେ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ (ତିରୁପତି ତିରୁମାଲା କଲ୍ୟାଣ ମଣ୍ଡପ ପାଖ) ଜୟଦେବ ବିହାର ଛକ, ଭୁବନେଶ୍ରୁରରେ ଯୋଗଯୋଗ କରିପାରିବେ I ତାହା ଜାନୁଆରୀ ୭ରେ ସକାଳ ୮ ଘଟିକାରେ ହେବ I
ଏନେଇ ସମସ୍ତଙ୍କ ସହଯୋଗ କାମନା କରୁଛନ୍ତି …
ପ୍ରଜ୍ଞାନ ମିଶନ
ଯୋଗାଯୋଗ – ୯୦୪୦୨୪୦୯୯୨, ୭୩୮୧୬୫୨୬୨୫, ୯୭୭୮୮୧୯୭୭୦ ନମ୍ବରରେ ଯୋଗାଯୋଗ କରିପାରିବେ I
