tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଡିସେମ୍ବର ୨୮: କେମିତି ବିତିବ ଦିନ?

1 min read

ଡ ବାୟୁନନ୍ଦନ ମିଶ୍ର

++++++++++++

  • ════•❁❀❁•════✧
    ଅଦ୍ୟ ଡିସେମ୍ବର ମାସ ୨୮ ତାରିଖ ୨୦୨୫ ମସିହା (ରବିବାର)
    ଶକାବ୍ଦ -୧୯୪୭
    ସମ୍ବତ -୨୦୮୨
    ଦିଲ୍ଲୀସ୍ୱରାଦ୍ଧ-୧୪୩୩
    ସମ୍ବତ୍ସର-ସିଦ୍ଧାର୍ଥ
    ପୌଷ ମାସ- ଶୁକ୍ଳପକ୍ଷ
    ତିଥି-ସପ୍ତମୀ ଦିବା ୧୧/୩୧ ଗତେ ନବମୀ
    ନକ୍ଷତ୍ର-ପୂର୍ବଭାଦ୍ର ଦିବା ଘ୦୮/୫୭ ଗତେ ରେବତୀ
    ଚନ୍ଦ୍ର- ମୀନ
    ଯୋଗ- ବାରୀୟାନ
    କରଣ – ବବ
    ସୌରମାସ- ଧନୁ ୧୩ ଦିନ
    ✧════•❁❀❁•════✧
    ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୦୮
    ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୩/୨୮
    ========•❁❀•=======
    ଯୋଗିନୀ ଐଶାନ୍ୟେ ଦିବା ଘ୧୧/୩୧ ଗତେ ପୂର୍ବେ
    ଧନୁ ରାଶି ର ଘାତଚନ୍ଦ୍ର
    ରବି ରାଶିର ଘାତବାର
    ଅଷ୍ଟମୀ ର ଏକୋଦିଷ୍ଟ ଓ ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
    ମୃତେ ଏକପାଦ ପୁସ୍କର ଦୋଷ
    ═══•❁❀❁•═══
    କାଳବେଳା ଓ ବାରବେଳା- ଦିବା ଘ୧୦/୨୭ ଗତେ ଘ୦୧/୧୦ମଧ୍ୟେ
    ====•❁❀❁•=====
    ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୨ ଗତେ ଘ୦୯/୩୮ ମଧ୍ୟେ ଓ ଘ ୦୧/୧୦ ଗତେ ଘ୦୪/୦୦ମଧ୍ୟେ ଓ ରାତ୍ରି ଘ ୦୭/୩୭ ଗତେ ଘ୦୯/୧୫ ମଧ୍ୟେ
    ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୪/୪୭ ଗତେ ଘ୦୫/୧୪ମଧ୍ୟେ
    ═══•❁❀❁•═══
    ଅଦ୍ୟ ନଡ଼ିଆ ଦିବା ଘ୧୧/୩୧ ଗତେ ଲାଉ ଭକ୍ଷଣ ନିଷେଧ
    *═══•❁❀❁•═══✧


*ଡ:ବାୟୁନନ୍ଦନ ମିଶ୍ର*
ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର
ଅଦୃଶ୍ୟଶକ୍ତି ଭବନ
ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭
ମୋବାଇଲ-9437064130
www.adrushyashaktiastro.com
✧════•❁❀❁•════✧
꧁ ଆଜିର ରାଶିଫଳ꧂ ✧════•❁❀❁•════✧
🌹ମେଷ🌹👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
✧════•❁❀❁•════✧
🌹ବୃଷ🌹👉ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।
✧════•❁❀❁•════✧
🌹ମିଥୁନ🌹👉ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।
✧════•❁❀❁•════✧
🌹କର୍କଟ🌹👉ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
✧════•❁❀❁•════✧
🌹ସିଂହ🌹👉ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ
✧════•❁❀❁•════✧
🌹କନ୍ୟା🌹👉ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
✧════•❁❀❁•════✧
🌹ତୁଳା🌹👉ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
✧════•❁❀❁•════✧
🌹ବିଛା🌹👉ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
✧════•❁❀❁•════✧
🌹ଧନୁ🌹👉 ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
✧════•❁❀❁•════✧
🌹ମକର🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
✧════•❁❀❁•════✧
🌹କୁମ୍ଭ🌹👉ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
✧════•❁❀❁•════✧
🌹ମୀନ🌹👉:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।
*

Share

Leave a Reply