tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୁଶାସନ ଦିବସରେ ଓଡ଼ିଆ ଭାଷାକୁ ବାଲେଶ୍ୱର ଜିଲ୍ଲାପାଳଙ୍କ ଅସମ୍ମାନ?

1 min read
  • ବାଲେଶ୍ୱରରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା
  • ବାରମ୍ବାର ଓଡ଼ିଆ ଭାଷାକୁ ଅସମ୍ମାନ କରୁଛନ୍ତି ଜିଲ୍ଲାପାଳ??
  • ବାଲେଶ୍ୱର //TATKAL ODISHA //

ଯେଉଁ ବାଲେଶ୍ୱର ମାଟିରେ କଥାକାର ଫକୀର ମୋହନ ସେନାପତି ଭାଷା ବିଲୋପ କରିବାକୁ ଚାହୁଁଥିବା କତିପେୟ ବ୍ୟକ୍ତିଙ୍କ ଆଖିରେ ରିଙ୍ଗଲିଡର ସାଜିଥିଲେ,ତମାମ ବିରୋଧକୁ ସାମ୍ନା କରି ଓଡ଼ିଆ ଭାଷାକୁ ତାର ସ୍ୱତନ୍ତ୍ର ଆସନ ପ୍ରଦାନ କରିଥିଲେ,..

ଯେଉଁ ମାଟିରୁ ଓଡ଼ିଆ ଭାଷା ନବ ଜନ୍ମ ନେଲା ,ଯେଉଁ ମାଟିରେ ଜନ ବୀମ୍ସ ବାଲେଶ୍ୱର ଜିଲ୍ଲାପାଳ ଥାଇ ଓଡ଼ିଆ ଭାଷାର ଅସ୍ତିତ୍ବ ଏବଂ ଏହାର ବିକାଶ ଦିଗରେ ଚେଷ୍ଟା କରିଥିଲେ,ସେଇ ସାରସ୍ୱତ ମାଟିର ଏବର ଜିଲ୍ଲା ପ୍ରଶାସନ ଓଡ଼ିଆ ଭାଷାକୁ କଦର୍ଥ ଭାବେ ବ୍ୟବହାର ସହ ସମୟକୁ ନେଇ ପ୍ରମାଦପୂର୍ଣ୍ଣ ନିମନ୍ତ୍ରଣ ପତ୍ର ଛାପନ୍ତି ,ତେବେ ଆମ ‘ଅସ୍ମିତା’ ଆଜି କେଉଁଠି? ବୋଲି ସର୍ଵ ସାଧାରଣରେ ଚର୍ଚ୍ଚା ହେଉଛି ।

ଘଟଣା କ୍ରମ :

ବାଲେଶ୍ଵର ପ୍ରଶାସନ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସରେ ସୁ -ଶାସନ ଦିବସ ଅଵସରରେ ଅୟୋଜିତ ହୋଇଥିବା ସଭା ଓ କବିତା ପାଠ କାର୍ଯ୍ୟକ୍ରମ ପାଇଁ ଓଡ଼ିଆ ଭାଷାରେ ନିମନ୍ତ୍ରଣ ଛପା ଯାଇଛି, ସେଥିରେ ସମୟ ନିର୍ଘଣ୍ଟରେ ଏକ ବେପରୁଆ ଭାବେ ସମୟ ଦର୍ଶା ଯାଇଛି ।

ଅପରାହ୍ଣ ଲେଖା ଯିବା ସ୍ଥାନରେ ପୂର୍ବାହ୍ଣ ଉଲ୍ଲେଖ ଅଛି । ପୂର୍ବରୁ ଜିଲ୍ଲା ପ୍ରଶାସନକୁ ବାଲେଶ୍ୱରର କିଛି ବୁଦ୍ଧିଜୀବୀ ଜଣାଇଥିଲେ ହେଁ ତାହାକୁ ଗୁରୁତ୍ୱ ଦିଆଯାଇ ନ ଥିଲା I

ଏପରିକି ଭାଷଣ ଦେବାବେଳେ ବାଲେଶ୍ୱର ଜିଲ୍ଲାପାଳ ଓଡ଼ିଆରେ ନ କହି ଇଂଲିଶରେ କିମ୍ବୁତ କିମାକାର ତଥ୍ୟ ଉପସ୍ଥାପନା କରିଥିଲେ ବୋଲି ଅଭିଯୋଗ ହୋଇଛି I ଏମିତି ଅନେକ ଥର କରୁଥିବାରୁ ବାଲେଶ୍ୱରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି I

ପୁଣି ‘କୋଶମ୍ବ ମେଳା’ ଆୟୋଜନ କରୁଛନ୍ତି ବୋଲି ଦର୍ଶାଇଛନ୍ତି ଏମିତି ବାରମ୍ବାର ହେଉଛି।  ଜିଲ୍ଲାପାଳଙ୍କ ଏଭଳି ଆଚରଣକୁ ବାଲେଶ୍ୱରର ବୁଦ୍ଧିଜୀବୀ, ସାହିତ୍ୟିକ, କଳାକାର ଓ ସାମ୍ବାଦିକମାନେ କ୍ଷୋଭ ପ୍ରକାଶ କରିଛନ୍ତି I ଅଧିକାଂଶ କହିଛନ୍ତି ଯେ, ଅସ୍ମିତା ଏଠି କଣ ବନ୍ଧା ପଡ଼ିଛି??



ଏ ସମ୍ପର୍କରେ ବିଶିଷ୍ଟ ସାହିତ୍ୟିକ ତଥା ଆଲୋଚକ ଡ. ରାଧାରଂଜନ ପଟ୍ଟନାୟକ କହନ୍ତି -‘ଏହାଏକ ଖାମ ଖିଆଲ ର ନିଦର୍ଶନ ।ଜିଲ୍ଲା ପ୍ରଶାସନ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନାହିଁନ୍ତି ।ବାଲେଶ୍ଵର ଜିଲ୍ଳାପାଳଙ୍କ ନାମ ଥାଇ କିପରି ଏମିତି ଭୁଲ ହେଲା ,ତାହା ସଭିଙ୍କୁ ଚକିତ କରିଛି।ଏଇ ଭ୍ରମାତ୍ମକ ମୁଦ୍ରଣ ପାଇଁ ଜିଲ୍ଲା ପାଳ ଓ ଏଇ ଦାୟିତ୍ୱ ରେ ଥିବା ଅଫିସର ମାନେ ଆତ୍ମ ସମୀକ୍ଷା କରିବା ଉଚିତ ।ନିମନ୍ତ୍ରଣ ପତ୍ର ଛପା ଯିବା ପୂର୍ବରୁ କୌଣସି ସାହିତ୍ୟିକଙ୍କ ପରାମର୍ଶ ନେବାର ଥିଲା ।”

Share

Leave a Reply