ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ‘ଶ୍ରେଷ୍ଠ ସାଂସଦ’ ପୁରସ୍କାର’
1 min read
ଭୁବନେଶ୍ୱର,//TATKAL ODISHA//
‘ଲୋକମତ’ ସଂସ୍ଥା ତରଫରୁ ୨୦୨୪-୨୫ ବର୍ଷ ପାଇଁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ‘ଶ୍ରେଷ୍ଠ ସାଂସଦ’ ଭାବେ ପୁରସ୍କୃତ ହୋଇଛି।
ନୂଆଦିଲ୍ଲୀରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ତାଙ୍କୁ ଏହି ପୁରସ୍କାର ମିଳିଛି।

ଶ୍ରୀମତୀ ଦେଓ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ନିଜ ନିର୍ବାଚନ ମଣ୍ଡଳୀ ଏବଂ ସର୍ବୋପରି ଓଡ଼ିଶା ସ୍ୱାର୍ଥ ପାଇଁ ମୁଁ କାର୍ଯ୍ୟ କରୁଛି। ଭବିଷ୍ୟତରେ ବି କରିବି। ମୋର କାର୍ଯ୍ୟକୁ ସ୍ୱୀକୃତି ମିଳିଥିବାରୁ ମୁଁ ଲୋକମତ ସଂସ୍ଥା ନିକଟରେ କୃତଜ୍ଞ।
