ବିଧାୟକଙ୍କ ଦରମା ବୃଦ୍ଧି ବିବାଦ, ଚେଙ୍ଗି ଦେଲେ କି ନବୀନ?
1 min read
- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ କଲେ ହଇଚଇ
- ନେବେ ନାହିଁ ବର୍ଦ୍ଧିତ ଦରମା, ଗରିବଙ୍କ ଉଦ୍ଦେଶ୍ୟରେ ବ୍ୟୟ କର
ଭୁବନେଶ୍ୱର,//TATKAL ODISHA//:
,ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ତିନିଗୁଣା ଦରମା ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲାବେଳେ ବିରୋଧୀ ଦଳ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରକାରଙ୍କୁ ଏକ ସୁଚିନ୍ତିତ ପରାମର୍ଶ ଦେଇଛନ୍ତି।
ହେଲେ ଏଇ ଚିଠି ବର୍ଦ୍ଧିତ ଦରମା ବୃଦ୍ଧି ବିବାଦକୁ ଚେଙ୍ଗି ଦେଇଥିବା ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି I
ତାହା କେତେଦୂର ସତ ? ତାକୁ ନେଇ ଉଠିଛି ପ୍ରଶ୍ନ I

- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନବୀନ କହିଛନ୍ତି ଯେ, ଗରିବମାନଙ୍କୁ କିଛି ଆର୍ôଥକ ସହାୟତା ମିଳିବା ଦରକାର। ଏଥିରେ ସେ ବେଶୀ ଖୁସି ହେବେ। ସେ ବର୍ଦ୍ଧିତ ଦରମା ନେବେ ନାହିଁ। ତେଣୁ, ରାଜ୍ୟ ସରକାର ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି। ନବୀନଙ୍କ ଏହି ଚଠି ପରେ ସାରା ରାଜ୍ୟରେ ବିଭିନ୍ନ ମହଲରୁ ପ୍ରତିକ୍ରିୟାମାନ ପ୍ରକାଶ ପାଇଛି। ଅଧିକାଂଶ ନବୀନଙ୍କୁ ସମର୍ଥନ କରିଛନ୍ତି।
“ଦୀର୍ଘ ୨୫ ବର୍ଷ ଧରି ରାଜ୍ୟବାସୀଙ୍କ ସମର୍ଥନ ଓ ଆଶୀର୍ବାଦ ପାଇ ଆସିଛି। ଯେଉଁଥିପାଇଁ ମୁଁ ରାଜ୍ୟବାସୀଙ୍କ ପାଖରେ ଋଣୀ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶାବାସୀଙ୍କର ଅକୁଣ୍ଠିତ ସମର୍ଥନ ପାଇଥିଲେ। ୨୦୧୫ରୁ ମୋ ପରିବାର କଟକ ସ୍ଥିତ ପୈତୃକ ଘର ଆନନ୍ଦ ଭବନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏବେ ବର୍ଦ୍ଧିତ ଦରମାକୁ ମୁଁ ରାଜ୍ୟର ଗରିବ ଓ ଦୀନ ଦୁଃଖିଙ୍କ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି” – ନବୀନ ପଟ୍ଟନାୟକ
ଉଲ୍ଲେଖନୀୟ ଯେ, ଗତ ଶୀତକାଳୀନ ଅଧିବେଶନରେ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବର୍ଦ୍ଧିତ ପେନସନ ପାଇବେ। ଜନ ୨୦୨୪ରୁ ଏହି ପିଛିଲା ଭାବେ ତାହା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ୱାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ। ୨୦୧୭ରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା। ସେବେଠାରୁ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍ ୩.୪୫ ଲକ୍ଷ ଟଙ୍କା ହୋଇଛି। ସେହି ଅନୁସାରେ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପବାଚସ୍ପତି, ବାଚସ୍ପତି ଓ ବିରୋଧୀ ଦଳ ନେତାଙ୍କ ଦରମା ବଢ଼ିଛି।
