tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶା ମତ୍ସ୍ୟସେବା କ୍ୟାଡର ପୁର୍ନଗଠିତ: ପଦବୀ ସଂଖ୍ୟା ୧୯୫କୁ ବୃଦ୍ଧି

1 min read
  • ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୨ ରୁ ୪
  • ମିଳିତ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୩ରୁ୧୯
  • ଉପ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୧୮ରୁ୧୧୯


ଭୁବନେଶ୍ୱର,//TATKAL ODISHA//
ଓଡ଼ିଶା ମତ୍ସ୍ୟ ସେବା କ୍ୟାଡର ପୁର୍ନଗଠିତ ହୋଇଛି। ସମସ୍ତ ବରିଷ୍ଠ ସ୍ତରରେ ମଞ୍ଜୁରୀପ୍ରାପ୍ତ ସଂଖ୍ୟା ବୃଦ୍ଧି ହୋଇଛି।

  • ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୨ ରୁ ୪ କୁ, ମିଳିତ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୩ରୁ୧୯କୁ ଏବଂ ଉପ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୧୮ ରୁ୧୧୯କୁ ବୃଦ୍ଧି ପାଉଛି। ଲେଭଲ୍‌-୧୨ରେ ଏକ ନୂତନ ପଦବୀ, ବ୍ଲକ୍ ମତ୍ସ୍ୟ ଅଧିକାରୀ,ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ (ଗ୍ରୁପ୍ ଏ), ସୃଷ୍ଟି କରାଯାଇଛି। ଏହାର ମୋଟ୍ ପଦବୀ ସଂଖ୍ୟା ୧୯୫କୁ ବୃଦ୍ଧି ହୋଇଛି। ଏଥିସମ୍ପର୍କିତ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।
     ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସଂଦଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ କହିଛନ୍ତି ଯେ, ମତ୍ସ୍ୟ ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ଏବଂ ମତ୍ସ୍ୟ କ୍ଷେତ୍ରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ,ଯୋଜନାର କାର୍ଯ୍ୟକାରିତା ନିମନ୍ତେ ସାମାଜିକ ଦାୟିତ୍ୱ ନ୍ୟସ୍ତ ଥିବା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ବର୍ଦ୍ଧିତ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ବିଦ୍ୟମାନ ଓଡ଼ିଶା ମତ୍ସ୍ୟ ସେବା କ୍ୟାଡରର ପୁନଃଗଠନକୁ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ଲାଭ କରିଛି। ତେବେ ଏହି ପୁର୍ନଃଗଠନ ଓଡ଼ିଶା ଗେଜେଟ୍‌ରେ ଉଦ୍ଦେଶ୍ୟ ନିମନ୍ତେ ପ୍ରସ୍ତୁତ ନିୟମାବଳୀର ବିଜ୍ଞପ୍ତି ଜାରି ହେବା ତାରିଖରୁ ଲାଗୁ ହେବ।
     ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଔଷଧ, ଚିକିତ୍ସା ଉପକରଣ ନୀତି – ୨୦୨୫କୁ ଅନୁମୋଦନ ମିଳିିଛି। ଏହି ନୀତି ଭାରତର ସ୍ୱାସ୍ଥ୍ୟ-ନିର୍ମାଣ ଏବଂ ଜୀବନ-ବିଜ୍ଞାନର ପୂର୍ବ ପ୍ରବେଶପଥ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା କରିବା ପାଇଁ ଏକ ଯୋଜନାବଦ୍ଧ, ଋଣନୈତିକ ଓ କ୍ଲଷ୍ଟର-ଗଠନର ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବ। ଏହା ଆମର ସମୃଦ୍ଧ ଓଡ଼ିଶା ୨୦୩୬ର ଦୃଷ୍ଟିକୋଣ ଏବଂ ବିକଶିତ ଭାରତ ୨୦୪୭ର ଉଦ୍ଦେଶ୍ୟ ସହିତ ସମ୍ପୂର୍ଣ ସହମତ ଅଛି। ଏହି ନୀତିରେ ଆବଶ୍ୟକୀୟ ଶିଳ୍ପ ଭିଭିଭୂମିର ସୁବିଧା ଯୋଗାଇବା ପାଇଁ ଓଡ଼ିଶା ଫାର୍ମା ପାର୍କ ଏବଂ ଓଡ଼ିଶା ମେଡ୍‌ଟେକ୍ ପାର୍କର କଳ୍ପନା କରାଯାଇଛି। ଏକ ସୁଦୃଢ଼ ସଂସ୍ଥାଗତ ସ୍ଥାପତ୍ୟ ଦ୍ୱାରା ଏହାରକାର୍ଯ୍ୟକାରୀତା ପରିଚାଳିତ ହେବ।
     ମନ୍ତ୍ରୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ୨୦ ମଇ ୨୦୨୫ର ଆଦେଶକୁ ପାଳନ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସୁପିରିଅର ଜୁଡିସିଆଲ୍ ସର୍ଭିସ୍ ଏବଂ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ରୁଲ୍ସ, ୨୦୦୭ ର କିଛି ନିୟମାବଳୀରେ ସଂଶୋଧନ କରିବାକୁ ନିଷ୍ପତି ନେଇଛନ୍ତି। ପ୍ରମୁଖ ପରିବର୍ତ୍ତନଗୁଡ଼ିକ ମଧ୍ୟରେ ନିଯୁକ୍ତି ବର୍ଷ ପ୍ରଚଳନ, ସଂଶୋସ୍ତ ଜିଲ୍ଲା ଜଜ୍ ନିଯୁକ୍ତିର ଅନୁପାତ, ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ପାଇଁ ପଦୋନ୍ନତି ଏବଂ ସିଭିଲ୍ ଜଜ୍ (କନିଷ୍ଠ ବିଭାଗ) ପଦ ପାଇଁ ତିନି ବର୍ଷ ଅଭ୍ୟାସ ସହିତ ସିଧାସଳଖ ନିଯୁକ୍ତି ପାଇଁ ଉପର ବୟସ ସୀମାକୁ ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହିତ ପାଠ୍ୟକ୍ରମ, ପରୀକ୍ଷା, ତାଲିମ ଏବଂ ବରିଷ୍ଠତା ପ୍ରକ୍ରିୟାକୁ ମଧ୍ୟ ସୁଗମ କରାଯାଇଛି। ଏହା ଦ୍ୱାରା ଜନସାଧାରଣ ତ୍ୱରିତ ଏବଂ ସଠିକ ନ୍ୟାୟ ପାଇପାରିବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।(
Share

Leave a Reply