କରିତକର୍ମା ଗାଦିମଡ଼ା ‘ବାବୁ’
1 min read
ନାରାୟଣ. .. ନାରାୟଣ..
କି କଥା ଇଏ..
ବାବୁ ତ ଅନେକ ଅଛନ୍ତି, ହେଲେ ଗାଦିମଡ଼ା ବାବୁଙ୍କ କଥା ନିଆରା I ଚୌକିରେ ବସିବା ମାତ୍ରେ ତାକୁ କବଜା କରନ୍ତି, ଆଉ ଛାଡ଼ନ୍ତି ନାହିଁ I
ସରକାର ବଦଳୁ କି ରହୁ ତାଙ୍କର କିଛି ଯା’ଆସେ ନାହିଁ I ଜେନ ତେନ ପ୍ରକାରେଣ ଗାଦି ଛାଡ଼ନ୍ତି ନାହିଁ I ହାତ ଚିକ୍କଣରେ ଭାରି ବ୍ୟସ୍ତ ଥାନ୍ତି I
ଏମିତି ଜଣେ ଗାଦି ମଡ଼ା ବାବୁ ରାଜୀବ ଭବନରେ ଥିବା ଜଳସମ୍ପଦ ବିଭାଗରେ ଅଛନ୍ତି I ତାଙ୍କ ନାଁ “କିରଣ” ବାବୁ I

ଶୁଣିବାକୁ ମିଳୁଛି ସେ ଭାରି କରିତକର୍ମା I କଳାକୁ ଧଳା କରିବାରେ ସେ ଭାରି ମାହିର I
ଜଳ ସମ୍ପଦ ବିଭାଗରେ ସେ ପ୍ରାୟ ସାତ ବର୍ଷ ଧରି ଦୁଇଟି ବଡ଼ ପଦବୀ ହାତେଇଛନ୍ତି I ବଡ଼ ହାକିମଙ୍କୁ ଧରି ସେ ତାଙ୍କ କେଳେଙ୍କାରୀ ଚଳାଇଛନ୍ତି I
ପୂର୍ବ ସରକାର ବେଳେ ତୃତୀୟ ମହଲାର ନିକଟତ୍ତର ଥିଲେ ବୋଲି ଢେର ପ୍ରଚାର କରୁଥିଲେ I ସରକାର ବଦଳିଲା ପରେ ନିଜ ରଙ୍ଗ ବଦଳ କରି ଗୋଟା ପଣେ ତୁଳସୀ ପାଲଟି ଯାଇଛନ୍ତି I ଏବେ ସୁଯୋଗ ଉଣ୍ଡି ସରକାରଙ୍କ ନିଜ ଅଧିକାରୀ ଭାବେ ପ୍ରଚାର କରୁଛନ୍ତି I ଏପରିକି ଗୋଟିଏ ବଡ଼ କମିଟିରେ ବି ସଦସ୍ୟ ହୋଇ କାର୍ଯ୍ୟ କରିଛନ୍ତି I
“ବାବୁ ଜଣକ ଜଳ ସମ୍ପଦ ବିଭାଗରେ ଯେତେ ଠିକା କାମ ହୁଏ ସେଠି ମୁଣ୍ଡ ପୁରାଅନ୍ତି I କାହିଁକି କରୁଥିବେ, ତାହା ଅନୁମାନ କରିପାରୁଥିବେ I ସେ ନ ଚାହିଁଲେ କିଛି କାମ ହେଉ ନାହିଁ “
ଶୁଣିଲେ ଆଖି ତାରାଟି ଯିବ ଯେ’ ବାବୁ ଜଣକ ଜଳ ସମ୍ପଦ ବିଭାଗରେ ଯେତେ ଠିକା କାମ ହୁଏ ସେଠି ମୁଣ୍ଡ ପୁରାଅନ୍ତି I କାହିଁକି କରୁଥିବେ, ତାହା ଅନୁମାନ କରିପାରୁଥିବେ I ସେ ନ ଚାହିଁଲେ କିଛି କାମ ହେଉ ନାହିଁ I
ବାବୁଙ୍କ ବିଭାଗର କିଛି କର୍ମଚାରୀଙ୍କ କହିବା କଥା, ସମ୍ପୃକ୍ତ ବାବୁ ଜଣଙ୍କ ବହୁ ବେନାମୀ ସମ୍ପତିର ମାଲିକ I ତାଙ୍କର ତିନୋଟି ଘର, ତିନୋଟି ମୂଲ୍ୟବାନ ଯାଗା ରହିଛି I ସେ ଯେଉଁ ପଦବୀକୁ ଯାଇଛନ୍ତି, ସେଠି ରାମ୍ପିଛନ୍ତି I
ଖୋଦ ରାଜଧାନୀରେ ଛାତି ଉପରେ ହେଉଛି I ଲୋକସେବା ଭବନର ଅନତି ଦୂରରେ ରାକେଟ ସକ୍ରିୟ ରହିଛି I
ଭିଜିଲାନ୍ସ କେମିତି ବାବୁଙ୍କ ଉପରେ ନଜର ପକାଉ ନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ I ଦ୍ଵିତୀୟରେ ବିଭାଗୀୟ ମୁଖ୍ୟ କଣ ପାଇଁ ଏହି କରିତକର୍ମା ବାବୁଙ୍କୁ ଭରସା କରି ସବୁ କାମ ତାଙ୍କ ଜରିଆରେ କରୁଛନ୍ତି, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ I
ତେଣୁ ଲୋକଙ୍କ ସରକାରଙ୍କର ଟିକିଏ ନଜର ପଡ଼ୁ… କେଳେଙ୍କାରୀ ବାବୁଙ୍କ ଅସଲ ମୁଖା ଖୋଲୁ….
ନହେଲେ, ଲୋକେ କହିବେ…. କି କଥା ଇଏ??
