tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

‘ମନ କି ବାତ’ରେ କୋରାପୁଟ କଫିର ସ୍ୱାଦକୁ ପ୍ରଶଂସା କଲେ ମୋଦୀ

1 min read

ଭୁବନେଶ୍ୱର//TATKAL ODISHA //

ଓଡିଶାର କୋରାପୁଟ କଫି କେବଳ ସ୍ୱାଦରେ ଅଦ୍ଭୁତ ନୁହେଁ, ବରଂ ସ୍ଥାନୀୟ ଲୋକ ଓ କୃଷକମାନଙ୍କୁ ଅର୍ଥନୈତିକ ଲାଭ ଓ ସମ୍ମାନ ଦେଉଛି। ଭାରତର ବିଭିନ୍ନ ଅଞ୍ଚଳରେ ଉତ୍ପାଦିତ କଫି, ତାହାର ବିବିଧତା ଓ ଗୁଣମାନର କାରଣରୁ, ସମସ୍ତ ଦୁନିଆରେ ଲୋକପ୍ରିୟ ହେଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ମନ କି ବାତ୍’ର ୧୨୭ତମ ଅଂଶକୁ ସମ୍ବୋଧିତ କରି ଏହା kahଥିଲେ। ଏହି ସମ୍ବୋଧନ ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ I

ମାନନୀୟ ପ୍ରଧାନମନ୍ତ୍ରୀଜୀ କହିଲେ, “ଗତ ବର୍ଷ ଆମେ ‘ମନ କି ବାତ୍’ରେ ଆରାକୁ କଫି ବିଷୟରେ କଥା କହିଥିଲୁ। କିଛି ସମୟ ପୂର୍ବେ ଓଡିଶାର ଅନେକ ଲୋକ ମୋ ସହିତ କୋରାପୁଟ କଫି ବିଷୟରେ ତାଙ୍କର ଭାବନା ଆଦାନ ପ୍ରଦାନ କରିଥିଲେ। ସେମାନେ ମୋତେ ଚିଠି ଲେଖି ଅନୁରୋଧ କରିଥିଲେ ଯେ, ‘ମନ କି ବାତ୍’ରେ କୋରାପୁଟ କଫି ଉପରେ ମଧ୍ୟ ଚର୍ଚ୍ଚା ହେଉ। ମୋତେ କୁହାଯାଇଛି ଯେ କୋରାପୁଟ କଫିର ସ୍ୱାଦ ଅସାଧାରଣ। କେବଳ ସ୍ୱାଦ ନୁହେଁ, ଏହାର ଚାଷ ମଧ୍ୟ ସ୍ଥାନୀୟ ଲୋକଙ୍କୁ ବିଶେଷ ଲାଭ ପହଞ୍ଚାଉଛି। କୋରାପୁଟରେ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଭଲ ପାଇବା ଓ ଇଚ୍ଛାଶକ୍ତି କାରଣରୁ କଫି ଚାଷ କରୁଛନ୍ତି। ସେମାନେ ପୂର୍ବରୁ କର୍ପୋରେଟ୍ ଜଗତରେ ଭଲ ଚାକିରି କରୁଥିଲେ, କିନ୍ତୁ କଫି ପ୍ରେମ ତାଙ୍କୁ ଏହି କ୍ଷେତ୍ରକୁ ଆଣିଲା ଓ ଏବେ ସେମାନେ ସଫଳତାର ସହିତ ଏଥିରେ କାମ କରୁଛନ୍ତି।”

ଶ୍ରୀ ମୋଦୀ କହିଲେ, “ଏହି କଫି ଦ୍ୱାରା ଅନେକ ମହିଳାଙ୍କ ଜୀବନରେ ସୁଖଦ ପରିବର୍ତ୍ତନ ଆସିଛି। ସେମାନେ ସମ୍ମାନ ଓ ସମୃଦ୍ଧି – ଉଭୟ ହାସଲ କରିଛନ୍ତି। ସତ କହିବାକୁ ଗଲେ – ‘କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡିଶାର ଗୌରବ।’”

ସେ ଆହୁରି କହିଲେ, “ବିଶ୍ୱ ବ୍ୟାପି ଭାରତର କଫି ଦିନକୁ ଦିନ ଲୋକପ୍ରିୟ ହେଉଛି। କର୍ଣ୍ଣାଟକର ଚିକମଙ୍ଗଳୂର, କୁର୍ଗ, ହାସନ, ତାମିଳନାଡୁର ପୁଲନି, ଶେଭରୋୟ, ନିଲଗିରି, ଅନ୍ନାମଲାଇ, କର୍ଣ୍ଣାଟକ-ତାମିଳନାଡୁ ସୀମାର ବିଲିଗିରି ଅଞ୍ଚଳ ହେଉ କିମ୍ବା କେରଳର ୱାୟନାଡ, ତ୍ରାବାନକୋର, ମାଲାବାର ଅଞ୍ଚଳ — ଭାରତୀୟ କଫିର ବିବିଧତା ଓ ଗୁଣମାନ ଦେଖିବାଯୋଗ୍ୟ।”

Share

Leave a Reply