tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଶିଷ୍ଟ ସାହିତ୍ୟିକ, କବି ଗବେଷକ, ସଂଳାପ ଲେଖକ,ଆକାଶବାଣୀର ପୂର୍ବତନ ନିର୍ଦେଶକ ଡ଼ଃ ହୃଷୀକେଶ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

1 min read
  • ମାଳତୀ ପଣ୍ଡାଙ୍କର ଏକ ଗୀତି କବିତା ପୁସ୍ତକ ‘ପ୍ରୀତି ମୂର୍ଚ୍ଛନା’ ଉନ୍ମୋଚିତ

କଟକ //TATKAL ODISHA//

ଓଡ଼ିଶାର ପ୍ରତିଥଯସା ସାହିତ୍ୟିକ, କବି, ଗବେଷକ, ଅନେକ ଚଳଚିତ୍ରର ସଂଳାପ ଲେଖକ, ହସ୍ତରେଖା ବିଶେଷଜ୍ଞ ତଥା ଆକାଶବାଣୀର ପୂର୍ବତନ ନିର୍ଦେଶକ ଡ଼ଃ ହୃଷୀକେଶ ପଣ୍ଡାଙ୍କର ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ କଟକ ସିଡିଏରେ ପାଳନ ହୋଇଯାଇଛି I ବହୁ ବିଶିଷ୍ଟ ବ୍ୟକ୍ତି  ଶ୍ରଦ୍ଧାଞ୍ଜଳି ଦେଇଛନ୍ତି I

     ଅନୁଷ୍ଠିତ ସ୍ମୃତି ସଭାରେ ସଭାପତିତ୍ୱ କରିଛନ୍ତି ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ I ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ଃ ନଟବର ଶତପଥି,ମୁଖ୍ୟ ବ୍ୟକ୍ତା ଡ଼ଃ ଗୋବିନ୍ଦ ଚନ୍ଦ୍ର ଭୂୟାଁ,  ସମ୍ମାନିତ ଅତିଥି ଡ଼ଃ ସତ୍ୟ ରାୟ ଓ ଡାକ୍ତର ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ହୃଷୀକେଶ ପଣ୍ଡା ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଛନ୍ତି I

ଏହି ଅବସରରେ ଡ଼ଃ ହୃଷିକେଶ ପଣ୍ଡାଙ୍କ ଧର୍ମ ପତ୍ନୀ ମାଳତୀ ପଣ୍ଡାଙ୍କର ଏକ ଗୀତି କବିତା ପୁସ୍ତକ ‘ପ୍ରୀତି ମୂର୍ଚ୍ଛନା’ ଉନ୍ମୋଚିତ ହୋଇଛି I 

ପ୍ରାରମ୍ଭରେ ସମ୍ପାଦକୀୟ ଭାଷଣ ଦେଇଛନ୍ତି ଡ଼ଃ ବିଜୟ କୁମାର ରାଉତ ଏବଂ ରବୀନ୍ଦ୍ର ନାଥ ମିଶ୍ରଙ୍କ ସହଯୋଗୀତାରେ କବିତା ପାଠ ବି ହୋଇଛି I ହୃଷୀକେଶ ପଣ୍ଡା ଫାଉଣ୍ଡେସନର ସମ୍ମାନ ତିନି ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି I ସେମାନେ ହେଉଛନ୍ତି ମନୋଜ ପଟ୍ଟନାୟକ, ସଂଜିତ ପଟ୍ଟନାୟକ ଓ ଡ଼ଃ ଲଳିତା ଶତପଥି I ସ୍ମୃତି ସଭାରେ ଧନ୍ୟବାଦ ଅର୍ପଣ କରିଛନ୍ତି ମିହିର ପରିଡା I

ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି ସ୍ୱାତୀ ପ୍ରିୟଦର୍ଶିନୀ, ଅକ୍ଷୟ ଷଡ଼ଙ୍ଗୀ ଓ ମୋନାଲିସା ପଣ୍ଡା ପ୍ରମୁଖ I

Share

Leave a Reply