ନଭେମ୍ବର ୭ରେ ଜ୍ଞାନପ୍ରଭା ମିଶନ’ର ବିଶାଳ ଛାତ୍ରୀ ସମାବେଶ – ‘ଶକ୍ତି ରୂପେଣ ସଂସ୍ଥିତା’
1 min read
- ଯୋଗଦେବେ ଓଡ଼ିଶା ସମେତ ସାରା ଭାରତ ବର୍ଷରୁ ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରୀ
ପୁରୀ //TATKAL ODISHA//
ନାରୀତ୍ୱ୍ୱରେ ଦେବୀତ୍ବର ପ୍ରକାଶ ସହ ମାତୃଜାତିର ସାମୁହିକ ଉନ୍ନତି ଓ ପ୍ରଗତି ଦ୍ୱାରା ଏକ ସୁନ୍ଦର ଏବଂ ଶୋଭନୀୟ ବିଶ୍ୱର ପରିକଳ୍ପନା କରାଯାଇଛି I ଏହାକୁ ପାଥେୟ କରି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଶାର ବିଶିଷ୍ଟ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ‘ଜ୍ଞାନପ୍ରଭା ମିଶନ’ ପ୍ରତିଷ୍ଠା କରିଛନ୍ତି I
ପ୍ରଜ୍ଞାନାନନ୍ଦଜୀଙ୍କ ପରିକଳ୍ପିତ ଏହି ମିଶନ ଦ୍ୱାରା ନଭେମ୍ବର ୭ରେ ଆୟୋଜିତ ହେବାକୁ ଯାଉଛି ବିଶାଳ ଛାତ୍ରୀ ସମାବେଶ – ଶକ୍ତି ରୂପେଣ ସଂସ୍ଥିତା I
କଟକସ୍ଥିତ ଇଣ୍ଡୋର ଷ୍ଟାଡିଅମରେ ହେଉଛି ଏହି ବର୍ଣ୍ଣIଢ୍ୟ ସମାବେଶ I ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବର୍ଷରୁ ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରୀ ଯୋଗ ଦେବେ I

ଏହି କାର୍ଯ୍ୟକ୍ରମ ଜ୍ଞାନପ୍ରଭା ମିଶନର ସନ୍ୟାସିନୀ, ବ୍ରହ୍ମଚାରିଣୀ ଏବଂ ଭକ୍ତ ମାନଙ୍କ ସହଯୋଗରେ ସମ୍ପାଦିତ ହେଉଛି ବୋଲି ମିଶନର ସାଧାରଣ ସମ୍ପାଦିକା ସ୍ୱାମୀ ସାରଦାନନ୍ଦ ଗିରି ତତ୍କାଳ ଓଡ଼ିଶା’କୁ ସୂଚନା ଦେଇଛନ୍ତି I
ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଙ୍କ ଦିବ୍ୟ ଉପସ୍ଥିତିରେ ମହାମହିମ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ସେହିପରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ I
ଏଭଳି ଏକ ସମାବେଶ ସୁନ୍ଦର ସମାଜ ଗଠନ ପାଇଁ ଉଦିଷ୍ଟ ବୋଲି ମିଶନ ପକ୍ଷରୁ କୁହାଯାଇଛି I