ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ

0

ଭୁବନେଶ୍ୱର//TATKAL ODISHA//

ପବିତ୍ର ବୈଶାଖ ମାସ ସୁଦଶାବ୍ରତରେ ଓଡ଼ିଶାର ଆଗଧାଡ଼ିର ବିଶିଷ୍ଟ ସିନେ ଓ ଡ୍ରାମା କଳାକାର ତଥା ନିର୍ଦେଶକ ଡ. ସଚ୍ଚି ଦାସ ଆଉ ଇହଜଗତରେ ନାହାନ୍ତି I

ମୃତ୍ୟୁ ବେଳକୁ ତାଙ୍କୁ 73 ବର୍ଷ ହୋଇଥିଲା I

ସ୍ବର୍ଗତ ସଚ୍ଚି ଦାସ ପ୍ରାୟ ସବୁ ଚଳଚିତ୍ର ଓ ଡ୍ରାମାରେ ଜମିଦାର ଵା ସମ୍ଭ୍ରାନ୍ତ ଘରର ମୁରବୀ ଭାବରେ ଅଭିନୟ କରି ଖୁବ ସୁନାମ ଅର୍ଜି ଥିଲେ I

  • ସଚ୍ଚି ଦାସ
    ବିଶିଷ୍ଟ ନାଟ୍ୟ ଅଭିନେତା ଓ ନିର୍ଦ୍ଦେଶକ

୧. ଜନ୍ମ: ୧୪ ଅକ୍‌ଟୋବର ୧୯୩୬
ଜନ୍ମସ୍ଥାନ: ବରୀ, ଯାଜପୁର

  • ୨. ଓଡ଼ିଶା ନାଟ୍ୟମଞ୍ଚର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ଓ ନିର୍ଦ୍ଦେଶକ
  • ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ଓଡ଼ିଆ ନାଟକ କ୍ଷେତ୍ରରେ ସିଦ୍ଧି, ସଙ୍କଳ୍ପ ଓ ସଫଳତାର ସ୍ୱାକ୍ଷର
  • ୩. ଗାଁ ମଞ୍ଚରେ ‘ଟିପଚିହ୍ନ’ ନାଟକରେ ଅଂଶଗ୍ରହଣ କରି ଅଭିନୟ ଜୀବନର ଆଧାରଶିଳା
  • ରେଭେନ୍‌ସା କଲେଜିଏଟ୍ ସ୍କୁଲ ଓ ରେଭେନ୍‌ସା କଲେଜରେ ଅଧ୍ୟୟନ ବେଳେ ଗୁରୁ ଶ୍ୟାମ ସୁନ୍ଦର ଧୀରଙ୍କ ପାଖରୁ ଶାସ୍ତ୍ରୟ ଗାୟନ ଓ ତବଲା ବାଦନ ଶିକ୍ଷା
  • ୪.୧୯୫୮ ମସିହାରେ ଜନତା ରଙ୍ଗମଞ୍ଚ ସହିତ ସଂପୃକ୍ତି, ଉତ୍ତର ଜୀବନରେତ୍ତ‘ଏବଂ ଆମେ’ ନାଟ୍ୟ ଅନୁଷ୍ଠାନର ପ୍ରତିଷ୍ଠାତ।।
  • ଅର୍ଦ୍ଧ ସହସ୍ର ମଞ୍ଚ ନାଟକ ଓ ଚାରିଶହରୁ ଅଧିକ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେଇ ଯଶସ୍ୱୀ
  • ୫. ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’, ‘ଏ ନୁହେଁ କାହାଣୀ’ ର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ
    ଓଡ଼ିଆ ଯାତ୍ରା ଜଗତକୁ ନୂତନ ତଥା ଆଧୁନିକ ରୂପ ଦେବାରେ ଅଗ୍ରଣୀ ଭୂମିକା, ନିର୍ଦ୍ଦେଶିତ ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରା ନାଟକର ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ
  • ୬. ମଞ୍ଚ, ଯାତ୍ରା, ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ନିମନ୍ତେ ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପ୍ରାପ୍ତି, ୨୦୦୦-୨୦୦୧ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶନା ପୁରସ୍କାରରେ ସମ୍ମାନିତ ଏବଂ ୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନ ପାଇଥିଲେ I

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତି, କଳକାର ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି I

ଓଡ଼ିଶା କଳାକାରର ଶ୍ୱର (OKS) ପକ୍ଷରୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି I

Leave A Reply

Your email address will not be published.