ଆଉ ନଅ ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା କଲେ ନବୀନ

0

ଭୁବନେଶ୍ୱର// TATKAL ODISHA //

ଷଷ୍ଠ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ବିଜେଡିରେ ମୋଟ ୧୩୫ ପ୍ରାର୍ଥୀ ନାଁ  ଘୋଷଣା ହୋଇଛି।

ଦେଖନ୍ତୁ ପ୍ରାର୍ଥୀ ତାଲିକା

  • କେନ୍ଦ୍ରାପଡ଼ାରୁ ଗଣେଶ୍ୱର ବେହେରା, 
  • ଚମ୍ପୁଆରୁ ନେତା ସନାତନ ମହାକୁଡ଼ 
  • ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ଚିଲିକାରୁ ରଘୁନାଥ ସାହୁ,
  • ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, 
  • ସାରସକଣାରୁ ଦେବାଶିଷ ମାରାଣ୍ଡି, 
  • କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, 
  • ସିମୁଳିଆରୁ ସୁବାସିନୀ ସାହୁ 
  • ରେମୁଣାରୁ ବିଦୁସ୍ମିତା ମହାଳିକ

ବର୍ତ୍ତମାନ ସୁଦ୍ଧା  ୨୮ ମହିଳାଙ୍କୁ ପ୍ରାର୍ଥୀ ବିଜେଡି ଟିକେଟ ଦେଇଛି I

 ଷଷ୍ଠ ପର୍ଯ୍ୟାୟ ତାଲିକାରେ ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ  ୪ ମହିଳା ପ୍ରାର୍ଥୀ I  ବର୍ତ୍ତମାନ ସୁଦ୍ଧା ବିଜେଡି ୩୨ ମହିଳାଙ୍କୁ ବିଧାନସଭା ନିର୍ବାଚନ ନିମନ୍ତେ ଟିକେଟ ଦେଇଛି।

 ୫ ବିଧାୟକଙ୍କ ଟିକେଟ କଟିଛି। ସେମାନେ ହେଉଛନ୍ତି ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀ, କେନ୍ଦ୍ରାପଡ଼ା ବିଧାୟକ ଶଶି ବେହେରା ଓ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ I 

Leave A Reply

Your email address will not be published.