ଅଦ୍ଵିତୀୟ ସାହିତ୍ୟ ସାଧକ ଗୋପୀନାଥ ମହାନ୍ତି

0

(ଜୟନ୍ତୀ ଉପଲକ୍ଷେ)

  • *****************
  • ଗୁରୁକଲ୍ୟାଣ ମହାପାତ୍ର
  • *****************

ବିଶିଷ୍ଟ ସାହିତ୍ୟ ସାଧକ ଗୋପୀନାଥ ମହାନ୍ତି ଏବେ ଆମ ଗହଣରେ ନାହାନ୍ତି ସତ,କିନ୍ତୁ ତାଙ୍କ ସୃଷ୍ଟିର ମହକ ଏବେବି ଆମମାନଙ୍କୁ ଆମୋଦିତ କରିଆସୁଛି।ଆମ ସାହିତ୍ୟ ତାଙ୍କ ସୃଷ୍ଟିଦ୍ୱାରା ସମୃଦ୍ଧ ଓ ରୁଦ୍ଧିମନ୍ତ ହୋଇଛି,ଏଥିରେ ସନ୍ଦେହ ନାହିଁ।

ଆଜିର ଦିନରେ ଅର୍ଥାତ୍ ୧୯୧୪ ଏପ୍ରିଲ କୋଡ଼ିଏରେ ସେ କଟକ ଜିଲ୍ଲାର ନାଗବାଲି ଗ୍ରାମରେ ସେ ଜନ୍ମ ହୋଇଥିଲେ। ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନଯୋସ ଠାରେ ଗତ ୧୯୯୧ ଅଗଷ୍ଟ ୨୦ରେ ତାଙ୍କର ଦେହାନ୍ତ ହୋଇଥିଲା।ତାଙ୍କର ଦେହାନ୍ତ ସମ୍ବାଦ ତତ୍କାଳୀନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓଡ଼ିଶା ଗସ୍ତରେ ଆସି ସାମ୍ବାଦିକମାନଙ୍କୁ ଭେଟିବା ବେଳେ ପ୍ରକାଶ କରି ଶୋକବ୍ୟକ୍ତ କରିଥିଲେ।

ଆମେମାନେ ଛାତ୍ର ଥିବାବେଳେ ଭୁବନେଶ୍ଵରରେ ଏଠି ସେଠି ବିଭିନ୍ନ ସଭା ସମିତିରେ ତାଙ୍କୁ ଦେଖିଛୁଁ। ଅତିଥି ଭାବେ ତାଙ୍କୁ ଡ଼କା ନଯାଉ ପଛେ, ସେ ଦର୍ଶକଙ୍କ ଗହଣରେ ଆନନ୍ଦ ମନରେ ବସି ପଡ଼ିଥିବେ।ମନରେ ଗର୍ବ ନାହିଁ କି ଅହଙ୍କାର ନାହିଁ।ସେଥିପାଇଁ ତ ସେ ଏତେବଡ଼ ଲେଖକ ହୋଇ ପାରିଥିଲେ। ଆମେ ସବୁ କଲେଜରେ ପଢ଼ୁଥିବାବେଳେ ୧୯୭୩ରେ ତାଙ୍କ ରଚିତ ବିରାଟ ଉପ ନ୍ୟାସ ‘ମାଟି ମଟାଳ’ ପ୍ରଥମ ଓଡ଼ିଆ ଜ୍ଞାନପୀଠ ପୁରସ୍କାର ପାଇ ଥିଲା।ଆମେ ସମସ୍ତେ ଖୁସି ହୋଇଥିଲୁ। ସେତେବେଳେ ଭୁବନେଶ୍ଵରରେ ଲେଖକ ସାମ୍ମୁଖ୍ୟ ଗଢା ହୋଇଥାଏ।ଏକ ସଭା ହେଲା।

  • ଲେଖକମାନେ ଆଉ କନିଷ୍ଠ ଲେଖକଙ୍କ ମଧ୍ୟରେ ଆମେ କେଇ ଜଣ ଥିଲୁ।ସମସ୍ତେ ବହିଟିର ପ୍ରଶଂସା କଲେ।ଆଉ କେତେକ ବଡ଼ ଲେଖକ ସମ୍ପୂର୍ଣ ଭାବେ ବହିଟି ପଢ଼ି ନଥିଲେ। ଭାରି ଦୁଃଖ ଲାଗିଲା।
    ଭଲଲାଗେ ତାଙ୍କ ଆଦିବାସୀଙ୍କ ଜୀବନକୁ ନେଇ ଉପନ୍ୟାସ ସବୁ।’ ସାମାନ୍ୟ ଟିକେ ଆମେଳ ଥିଲା ଦୁଇ ଗଣନାରେ,କନ୍ଧ ଦିଶା ମତରେ ମାହେନ୍ଦ୍ର ବେଳା ହେବ ସେତିକି ବେଳେ ଯେତେବେଳେ ହତୀମ।ଳି ପାହାଡ଼ ଉପରେ ସଂଜର ଯୋଡିଏ ତରା ବୁଢ଼ା ତେନ୍ତୁଳି ଗଛ ଡାହି ବାଟେ ଜିକି ଜିକି ହୋଇ ଦିଶା ହେବେ।ପରଜା ଦିଶ।ରିର ବେଳ ଆଉ ଟିକେ ଆଗରୁ,ଠିକ୍ ଯେତେବେଳେ ତିନି ଦିଗରୁ ତିନିଟା କୁଟ୍ରା ବୋବେଇବେ,ସେତିକି ବେଳେ।'(ପରଜାରୁ କିୟଦଂଶ)

“ଗୋପୀ ବାବୁଙ୍କୁ ପ୍ରେରଣା ନେଇ ଆଦିବାସୀଙ୍କ ଜୀବନଧାରା ଉପରେ ଯୁବ ସାମ୍ୱାଦିକ, ଲେଖକ ଜିତେନ୍ଦ୍ର କୁମାର ପଟ୍ଟନାୟକ ଦୁଇଟି ବିରଳ ପୁସ୍ତକ ଲେଖି ଚର୍ଚ୍ଚିତ ହୋଇଛନ୍ତି.. ସେହି ପୁସ୍ତକ ଦ୍ୱୟ ହେଉଛି ଗୋଣ୍ଡ ଜନଜାତିଙ୍କ ଉପରେ “ଡଙ୍ଗର ଉହାଡ଼େ ଜହ୍ନ” ଏବଂ ଡ଼ଙ୍ଗରିଆ କନ୍ଧଙ୍କ ଉପରେ “ଡ଼ଙ୍ଗରାନ କୁଂଆଁ” ।ତାଙ୍କୁ ବଧାଇ।”

“ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ…’ ଗୀତଟି ବୋଳୁଥିବା ବେଳେ ଗୋପୀନାଥ ବାବୁଙ୍କ ଆଖିରୁ ଲୁହ ଝରୁ ଥିବାର ଦୃଶ୍ୟ ମୁଁ ପଛରୁ ଥାଇ ଲକ୍ଷ କରିଥିଲି।”

ଥରେ ଗୋପିନାଥ ମହାନ୍ତି,ରାଜକିଶୋର ପଟ୍ଟନାୟକ ଓ ନିତ୍ୟ।ନନ୍ଦ ମହାପାତ୍ର ,ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ‘ନବ ଭାରତ ‘ ଓଡ଼ିଆ ପତ୍ରିକାରେ ପରସ୍ପରକୁ ଚିଠି ଲେଖି ଥିଲେ।ଚିଠି ସବୁର ଶୀର୍ଷକ ଥିଲା ‘ ଭଲ ପାଇବାର ଶେଷ କଥା ‘ ବା ‘ ପ୍ରେମର ନିୟତି ‘। ଏ ସବୁ ଚିଠି ଉପରେ ପଣ୍ଡିତ ନୀଳକଣ୍ଠ ଏକ ପୃଷ୍ଠ ବନ୍ଧ ଲେଖି ପତ୍ର ଗୁଡ଼ିକର ସମାଧାନ କରିଥିଲେ।୧୯୪୮ ରେ ତାହା ପୁସ୍ତକ ଆକାରରେ ବ୍ରହ୍ମପୁରରୁ ମଧ୍ୟ ପ୍ରକାଶ ପାଇ ଥିଲା।ମାତ୍ର ଓଡ଼ିଆ ସାହିତ୍ୟ ସମାଲୋଚକ ମାନେ ତାହା ଉପରେ ଯେପରି ଆଲୋଚନା କରିବା କଥା କରି ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ମନେହୁଏ।
ରାମ ବାରିକ,ଯିଏ ଅଠର ବର୍ଷ କାଳ ଉତ୍କଳମଣି ଗୋପବନ୍ଧୁଙ୍କ ସେବାକାରୀ ଥିଲା,ତାଙ୍କଠାରୁ ସବୁ ଶୁଣି ଅତି ଚମତ୍କାର ଭାବେ ବହିଟିଏ ଲେଖିଥିଲେ ଗୋପୀନାଥ ମହାନ୍ତି – ବହିଟିର ନାମ ଥିଲା ‘ଉତ୍କଳମଣି ‘।ଏବର ସାମ୍ବାଦିକମାନଙ୍କ ପାଇଁ ଏହା ପ୍ରେରଣାଦାୟକ ।
ଗୋପୀନାଥ ମହାନ୍ତି ଥରେ ଜୟଦେବ ଭବନରେ ଦର୍ଶକଙ୍କ ଗହଣରେ ବସିଥିବା ବେଳେ,ବିଶିଷ୍ଟ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ…’ ଗୀତଟି ବୋଳୁଥିବା ବେଳେ ଗୋପୀନାଥ ବାବୁଙ୍କ ଆଖିରୁ ଲୁହ ଝରୁ ଥିବାର ଦୃଶ୍ୟ ମୁଁ ପଛରୁ ଥାଇ ଲକ୍ଷ କରିଥିଲି।

ଗୋପୀନାଥ ମହାନ୍ତି ସ୍ମାରକୀ ବକ୍ତୃତା ଭୁବନେଶ୍ଵରର ଜୟଦେଵ ଭବନରେ ହେଉଛି ତାଙ୍କ ଜୟନ୍ତୀରେ।ଭାରତୀୟ ସାହିତ୍ୟିକ ପ୍ରବୋଧ ପାରିଖ ତାଙ୍କର ବକ୍ତୃତା ପ୍ରଦାନ କରିବେ।ଓଡ଼ିଶା ସାହିତ୍ୟ ଏକାଡେମୀ,ଗୋପୀନାଥ ମହାନ୍ତିଙ୍କ ପୁତ୍ରଦ୍ଵୟ ଶ୍ରୀ ଓଁକାର ଭାଇ ଓ ଶ୍ରୀ ଅମୃତ ଭାଇଙ୍କୁ ଅଭିନନ୍ଦନ।

++++++++++++++++++++++++++++++++++++

(ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର ହେଉଛନ୍ତି ଓଡ଼ିଶାର ସୁପରିଚିତ କବି,ଲେଖକ ଓ ସାମ୍ୱାଦିକ ତଥା ରାଜ୍ୟ ସରକାରଙ୍କ ‘ଉତ୍କଳ ପ୍ରସଂଗ’ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ।ଫୋନ ନମ୍ବର:୯୪୩୭୦ ୧୨୧୨୩)

Leave A Reply

Your email address will not be published.