tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆପଡା ଉପନିର୍ବାଚନ : ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ

1 min read


ନୂଆପଡ଼ା, ଭୁବନେଶ୍ୱର,//TATKAL ODISHA//

ବିଜୁ ଜନତା ଦଳ ପକ୍ଷରୁ ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।


ନାମାଙ୍କନ ପରେ ମିଡିଆ ସହିତ କଥାହେବା ସମୟରେ ସ୍ନେହାଙ୍ଗିନୀ ଛୁରିଆ ଶ୍ରଦ୍ଧାର ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ପ୍ରାର୍ଥୀ ରୂପେ ମନୋନୟନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ନୂଆପଡାର ସମସ୍ତ ଜନସାଧାରଣ, ବୃଦ୍ଧ, ଯୁବ, ପୁରୁଷ, ମହିଳା, ସମସ୍ତ ଜାତି ଓ ସମୁଦାୟର ଲୋକ ଏବଂ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ମଧ୍ୟ ତାଙ୍କ ଅତୁଟ ବିଶ୍ୱାସ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ ।
ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ନୂଆପଡା ଅଞ୍ଚଳର ଉନ୍ନତି ପାଇଁ ତାଙ୍କ ଯାତ୍ରା ଏବେ ଅଧିକୃତ ଭାବେ ଆରମ୍ଭ ହୋଇଛି ଓ ସେ ନିରନ୍ତର ଭାବେ ଲୋକମାନଙ୍କ ପାଇଁ କାମ କରିବେ । ବିଜୁ ଜନତା ଦଳ ସେବା ଓ ଲୋକକଲ୍ୟାଣରେ ବିଶ୍ୱାସ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ନୂଆପଡା ଜିଲ୍ଲା ଗଠିତ ହୋଇଥିଲା, ଯାହା ଆଜି ନୂଆପଡାବାସୀଙ୍କ ପାଇଁ ଗର୍ବର ବିଷୟ । ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଥିବା ସମୟରେ ନୂଆପଡା ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜଳସେଚନ ଓ ଗମନାଗମନ କ୍ଷେତ୍ରରେ ବିକାଶ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ ।


ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଆଦିବାସୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ସମେତ ସମସ୍ତ ଜନସାଧାରଣ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଗୁଡ଼ିକର ଲାଭ ପାଉଛନ୍ତି । ଅପରପକ୍ଷରେ, ବିଜେପି କ୍ଷମତାକୁ ଆସିବାର ଏହି ୧୬ ମାସରେ ନୂଆପଡା ଓ ସମଗ୍ର ଓଡ଼ିଶାରେ ବିକାଶ ଠପ୍ ହୋଇଛି । “ଡବଲ ଇଞ୍ଜିନ୍ ସରକାର, ଡବଲ ବିକାଶ ପରିବର୍ତ୍ତେ ଡବଲ ବିନାଶ କରୁଛି’ ବୋଲି କହିଥିଲେ । ନୂଆପଡାବାସୀ ତାଙ୍କୁ ହୃଦୟପୂର୍ବକ ସ୍ୱାଗତ କରିଛନ୍ତି ଓ ସେ ସେହି ଭରସାକୁ ଅତୁଟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିବେ ।
ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ନାମାଙ୍କନ ଦାଖଲ ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଯଥା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ସଂଜୟ ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀ ଅବନୀ ରଞ୍ଜନ ଯୋଶୀ, ଶ୍ରୀ ମନୋଜ ମିଶ୍ର, ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ, ଶ୍ରୀ ରାଜେଶ ନିଗମ୍, ଶ୍ରୀମତୀ ଦୀପିକା ଧୀର୍, ଶ୍ରୀମତୀ ଡଲି ମାଝୀ, ଆଦମ ଖାନ୍, ଶ୍ରୀମତୀ ରୀତା ସାହୁ, ଶ୍ରୀମତୀ ବର୍ଷା ସିଂହ ବରିହା, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ବିଜୟ ନାୟକ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀ ସ୍ୱରୂପ ଦାସ, ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ସରୋଜ ମେହେର, ଶ୍ରୀ ସୁବାସ ପଣ୍ଡା, ରାଜୁ ଚୌହାନ, ମୁରଲୀ ଭୋଇ, ଉମା ଠାକୁର, ଚୁରଣ ମାଝୀ, କାର୍ତ୍ତିକ ଧୀର୍ ଇତ୍ୟାଦି ଉପସ୍ଥିତ ଥିଲେ ।

Share

Leave a Reply