ଶ୍ରୀମୟୀ କୋ ଗୁସ୍ସା କ୍ୟୁଂ?

ଶ୍ରୀମୟୀ ଜଣେ ଡାହା ମିଛେଇ: ବିଜେଡି ଏଭଳି କହିଲା କାହିଁକି?
ଭୁବନେଶ୍ୱର,
– ମୁଁ ଗତ ଏକ ବର୍ଷ ହେଲା ବିଜେଡିରେ ନଥିଲି।
ଗଣମାଧ୍ୟମ ଆଗରେ ନିଲମ୍ବନ ପରେ ଏଭଳି ବଡ଼ ବୟାନ ଦେଇଥବଲେ ଶ୍ରୀମୟୀ ମିଶ୍ର। ଏହି କଥା ଶୁଣିବା ପରେ ବିଜେଡି ଚିହିଁକି ଉଠି ତାଙ୍କୁ ଜଣେ ଡାହା ମିଛେଇ ବୋଲି ଆଖ୍ୟାୟିକ ରିଛି।
ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ ଡକାଇ ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଶ୍ରୀମୟୀଙ୍କ ମନ୍ତବ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ସହିତ ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି କହିଥିଲେ।
ଏହା ସହିତ ଗତ ଏକ ବର୍ଷ ଭିତରେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ସମେତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ସାମିଲ ହୋଇଥିବାର ଫଟୋ ଓ ଭିଡିଓକୁ ପ୍ରମାଣ ସ୍ୱରୂପ ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ।