ବିଏମ୍ସି ଅଞ୍ଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା: ସରକାର ଛାଡ଼ କଲେ ଗ୍ରାଉଣ୍ଡ୍ ରେଣ୍ଟ
1 min read
ଭୁବନେଶ୍ୱର,//TATKAL ODISHA//
ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡି, ଭସାଣି ଉତ୍ସବ ଓ ଏଥି ସମ୍ପୃକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂଜା କମିଟି ଗୁଡିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିଛନ୍ତି।ଏହି ଅବଧି ଚଳିତ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାର୍ବଣ ଋତୁରେ ଏହି ପର୍ବ ଗୁଡ଼ିକର ସାମାଜିକ ଓ ସାଂସ୍କୃତିକ ମହତ୍ୱ ଓ ଜନସାଧାରଣଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପୂଜା କମିଟି ଗୁଡିକୁ ଶାନ୍ତି ଶୃଙ୍ଖଳା ଓ ପରିବେଶ ଅନୁକୂଳ ଭାବେ ପୂଜା ଆୟୋଜନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
