tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କାହିଁକି ଆଇଏଏସ ଚାକିରିରୁ ଇସ୍ତଫା ଦେଲେ ସିଇଓ ଗୋପାଳନ? କ’ଣ ହୋଇପାରେ କାରଣ??

1 min read

Oplus_16908288

ଭୁବନେଶ୍ୱର,//TATKAL ODISHA //

ଓଡ଼ିଶା ସମେତ ସାରା ଦେଶରେ ଏସ୍ଆଇଆର ପ୍ରକ୍ରିୟାକୁ ନେଇ ବିତର୍କ ଚାଲିଥିଲାବେଳେ ହଠାତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପଦ ଓ ଚାକିରୀରୁ ଆର୍.ସନ୍ଥଗୋପାଳନ ଇସ୍ତଫା ଦେଇଛନ୍ତି I 

୨୦୦୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ସେପ୍ଟେମ୍ବର ୩୦, ବୁଧବାର ସନ୍ଧ୍ୟାରେ ନିଜ ଇସ୍ତଫାପତ୍ରକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିଥିବା କରିଛନ୍ତି।

୨୦୨୮ ଜୁଲାଇ ମାସରେ ଚାକିରିରୁ ଅବସର ନେଇଥା’ନ୍ତେ। 

କ’ଣ ପାଇଁ ସେ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ? କାରଣ କଣ ହୋଇପାରେ?? ତାକୁ ନେଇ ଉଠିଛି ପ୍ରଶ୍ନ I ଏହି ଘଟଣା ସମସ୍ତଙ୍କୁ ଏବେ ଚକିତ କରିଛି। କାରଣ କିଛି ଦିନ ହେବ ବହୁ ବଡ଼ ଅଧିକାରୀ ଇସ୍ତଫା ଦେଇ ଚାଲିଯାଉଥିବାର କଥା ଦେଖିବାକୁ ମିଳୁଛି I 

ସରକାରଙ୍କ ସହ ତାଳମେଳ ରହୁନି କି?

ଯଦିଓ ସେ ବ୍ୟକ୍ତିଗତ କାରଣ ସେ  ଦର୍ଶାଇଛନ୍ତି, ହେଲେ ଇସ୍ତଫାର ଅସଲ କାରଣ ଅସ୍ପଷ୍ଟ I 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ଗୋପାଳନ ଆଇଏଏସ୍‌ ଅଧିକାରୀଙ୍କ ସମସ୍ତ ହ୍ବାଟସ୍ଆପ୍ ଗ୍ରୁପରୁ ନିଜ ଆଡ଼ୁ ବାହାରି ଯାଇଛନ୍ତି।  

ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। 

ସାମ୍ବାବ୍ୟ କାରଣ

  • ଏସ୍ଆଇଆର ପ୍ରକ୍ରିୟାକୁ ନେଇ ବିତର୍କ ପରେ ଗୋପାଳନ ବିବାଦୀୟ ହେବାକୁ ଚାହୁଁ ନାହାନ୍ତି I
  • ଯଦି ଜ୍ଞାନେସ କୁମାରଙ୍କୁ ଝଟକା ଲାଗେ ତାହାଲେ ଗୋପାଳନ ଗତ ୨୦୨୪ ନିର୍ବାଚନ ପରିଚାଳନା ନେଇ ପ୍ରଶ୍ନ ଉଠିପାରେ I
  • ଯେଉଁ ଭୋଟରଙ୍କ ନାଁ କଟିଛି, ସେମାନେ ଚାଲେଞ୍ଜ କଲେ ସିଈଓ ଅଯଥାରେ ସମସ୍ୟାର ସମ୍ମୁଖୀନ ହେବେ I
  • କିଛି ହୁଏତ ଅନିୟମିତତା ଥିବ, ସେଥିପାଇଁ ଡରୁ ଥିବେ I
  • ବଡ଼ ବଡ଼ ବିଭାଗରେ କାମ କରିବାକୁ ଚାହୁଁଥିବେ, ସରକାର ତାଙ୍କୁ ନ ଦେବାରୁ ସେ କ୍ଷୁବ୍ଦ ହୋଇ ଥିବେ I
  • ଓଡ଼ିଶାରେ ଶାସନ ବ୍ୟବସ୍ଥା ଉପରେ ଭରଷା ତୁଟି ଯାଇପାରି ଥାଏ I
  • ଆଇଏଏସ ଲବି ଭିତରେ ପଶି ପାରୁ ନ ଥିବେ I

ଯାହା ଜଣାପଡିଛି ଗୋପାଳନ ୨୦୨୪ ନିର୍ବାଚନ ପରେ ସିଇଓ ପଦରେ ରହିବାକୁ ପସନ୍ଦ କରୁ ନ ଥିଲେ I ସରକାର ତାଙ୍କୁ ଅନିଚ୍ଛା ସତ୍ୱେ ରଖିଛନ୍ତି I ଗୁହାରୀ କଲେ ବି କେହି ଶୁଣୁ ନାହାନ୍ତି I ତେଣୁ ପଦ ଛାଡ଼ି ଦେଲେ ସବୁ ଶେଷ ନ୍ୟାୟରେ ସେ ଆଇଏଏସ ଚାକିରୀ ଛାଡ଼ି ଥିବା କୁହାଯାଇଛି I

Share

Leave a Reply