tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରଥମରୁ ଅଷ୍ଟମ ନୂଆ ପାଠ୍ୟ ପୁସ୍ତକରେ ମାଳ ମାଳ ଭୁଲ୍‌: ବିଜେଡିର ତଦନ୍ତ ଦାବି

1 min read


ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ,
ଭୁବନେଶ୍ୱର,//TATKAL ODISHA//
ନୂତନ କରି ପ୍ରକାଶ ପାଇଥିବା ଓଡ଼ିଆ ପାଠ୍ୟପୁସ୍ତକରେ ବିରାଟ ତ୍ରୁଟି ହୋଇଛି। ନୂତନ ଏନ୍‌ଇପି-୨୦୨୦ ଅନୁସାରେ ପ୍ରକାଶ ହୋଇଥିବା ଓଡ଼ିଆ ମାଧ୍ୟମ ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି। ଏନେଇ ବିଜେଡି ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶାର ନେତୃତ୍ୱାଧୀନ ବିଜେପି ସରକାରଙ୍କୁ ତୀବ୍ର ନିନ୍ଦା କରାଯାଇଛି।


ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ ଲେନିନ୍ ମହାନ୍ତି ଏହି ପାଠ୍ୟପୁସ୍ତକଗୁଡ଼ିକୁ ‘ଜାତୀୟ ଲଜ୍ଜା’ ବୋଲି କହିଛନ୍ତି। ଓଡିଆ ଅସ୍ମିତା ପ୍ରତି କୋଠର ଆଘାତ କରିବା ସହ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ସିଧା ଆକ୍ରମଣ। ଡଃ ମହାନ୍ତି କହିଛନ୍ତି,ଏହି ପାଠ୍ୟପୁସ୍ତକ ମାଧ୍ୟମରେ ତାହାର ସମ୍ପୂର୍ଣ୍ଣ ତ୍ରୁଟି ପ୍ରକାଶ କରିଛି। ସେମାନେ ଓଡ଼ିଆ ଗର୍ବକୁ ପ୍ରୋତ୍ସାହିତ କରୁନାହାନ୍ତି, ବରଂ ଅଯୋଗ୍ୟତା, ଅଦକ୍ଷତା ଓ ମାତୃଭାଷା ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଛନ୍ତି। ଏହା ଏକ ନକଲି ଆସ୍ମିତା ବାର୍ତ୍ତା ଯାହାକି ପ୍ରତିଟି ଓଡିଆଙ୍କ ଭାବାବେଗ ସହ ଖେଳିଛନ୍ତି।

ଓଡ଼ିଶା ପାଠ୍ୟକ୍ରମ ୨୦୨୫ ଅନୁସାରେ ଏସ୍‌ସିଇଆରଟି ଓଡ଼ିଶା ଦ୍ୱାରା ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଶ୍ରେଣୀ ୧ରୁ ୮ ପର୍ଯ୍ୟନ୍ତ ପ୍ରାୟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ସର୍ବାଧିକ ୭୦୫ଟି ତ୍ରୁଟି କେବଳ ଶ୍ରେଣୀ ୮ ପୁସ୍ତକରେ ରହିଛି। ଏଥିରେ ଜିଜ୍ଞାସାରେ ୨୯୪, ସଂସ୍କୃତରେ ୧୧୪, ସାମାଜିକ ବିଜ୍ଞାନରେ ୨୫, ସାହିତ୍ୟରେ ୩୧ ଏବଂ ଇଂରାଜୀ ଓ ଗଣିତରେ ମଧ୍ୟ ଉଲ୍ଲେଖନୀୟ ଭୁଲ୍ ରହିଛି। ଯାହାକି ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନଷ୍ଟ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ପୁସ୍ତକରେ ଗମ୍ଭୀର ଭାବେ ବନାନ୍ ତ୍ରୁଟି, ତଥ୍ୟଗତ ଭୁଲ୍‌, ଭୋଗଲିକ ସ୍ଥିତି ସମ୍ବନ୍ଧୀୟରେ ତ୍ରୁଟି, ଐତିହାସିକ ଓ ସାହିତ୍ୟିକ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ଓ ଭୁଲ୍ ଫଟୋ ଏବଂ ସ୍ଥାନ ମଧ୍ୟ ରହିଛି। ଏକ ଉଦାହରଣ ସ୍ୱରୂପ କର୍ଣ୍ଣାଟକ ବିଧାନସଭାର ଫଟୋକୁ ଓଡ଼ିଶା ବିଧାନସଭା ବୋଲି ବ୍ୟବହାର କରାଯାଇଛି। ଓଡ଼ିଶାର ପବିତ୍ର ନିୟମଗିରି ପାହାଡ଼କୁ ଝାରଖଣ୍ଡରେ ବୋଲି ଉଲ୍ଲେଖ ହୋଇଛି। ଗଞ୍ଜାମ ଜିଲ୍ଲାକୁ ବ୍ରହ୍ମପୁର ଜିଲ୍ଲା କୁହାଯାଇଛି। ସୁନନ୍ଦା ପଟ୍ଟନାୟକ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପରି ପ୍ରସିଦ୍ଧ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମରେ ଭୁଲ୍ ବନାନ୍ ରହିଛି।


ଡ ଲେନିନ୍ ମହାନ୍ତି କହିଛନ୍ତି, ଏଗୁଡ଼ିକ ଛୋଟ କିମ୍ବା ପରୀକ୍ଷା ମୂଳକ ତ୍ରୁଟି ନୁହେଁ। ଏହା ପିଲାଙ୍କୁ ସେମାନଙ୍କର ଇତିହାସ, ଭୂଗୋଳ, ସଂସ୍କୃତି ଓ ପରିଚୟ ବିଷୟରେ ତ୍ରୁଟି ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ଭ୍ରାନ୍ତି ଲ ସୃଷ୍ଟି କରିବ। ‘ଓଡ଼ିଆ ଆସ୍ମିତା’ର ଦାବି କରୁଥିବା ସରକାର କେମିତି ଏପରି

ଅପମାନକର କାର୍ଯ୍ୟ କରିପାରିଲା ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ନିଜର ତୃଟି ଲୁଚାଇବାକୁ ଯାଇ ତୁରନ୍ତ ସଂଶୋଧନ ତାଲିକା ପ୍ରସ୍ତୁତ କରିଛନ୍ତି। ଯାହା ସେମାନଙ୍କର ଦାୟୀତ୍ୱହୀନତାର ପରିଚୟ ପ୍ରଦାନ କରୁଛି। ତେଣୁକରି ପଦକ୍ଷେପ ଗ୍ରହଣ କରିବାକୁ ବିଜେଡି ଦାବି କରିଛନ୍ତି।

Share

Leave a Reply