ଆଉ ଇହ ଜଗତରେ ନାହାନ୍ତି ଜଗନ୍ନାଥ ପ୍ରସାଦ ଦାସ
1 min read
- ଥିଲେ ଜଣେ ପ୍ରତିଭାଶାଳୀ ପ୍ରଶାସକ ଓ ବିଶିଷ୍ଟ ସାହିତ୍ୟିକ
- ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା
ଭୁବନେଶ୍ୱର//TATKAL ODISHA//
ଓଡ଼ିଶାର ବିଶିଷ୍ଟ ଲେଖକ,କବି, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ, ସମାଲୋଚକ ତଥା ପୂର୍ବତନ ଆଇଏଏସ୍. ଅଧିକାରୀ ଜଗନ୍ନାଥ ପ୍ରସାଦ ଦାସ ଆଉ ଇହ ଜଗତରେ ନାହାନ୍ତି I ଗତକାଲି ଅର୍ଥାତ ବୁଧବାର ରାତି ପ୍ରାୟ ସାଢ଼େ ୧୧ ରେ ୯୦ ବର୍ଷ ବୟସରେ ସେ ଭୁବନେଶ୍ୱରରେ ପରଲୋକ ଗମନ କରିଛନ୍ତି।
ଓଡ଼ିଶା ଏହି ଜଣେ ପ୍ରତିଭାଶାଳୀ ପ୍ରଶାସକ ଓ ବିଶିଷ୍ଟ ସାହିତ୍ୟିକଙ୍କୁ ହରାଇ ବହୁ ଲୋକ ମର୍ମାହତ ହୋଇଛନ୍ତି, ଆଉ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି I

ପୁରୀଠାରେ ୨୬ ଅପ୍ରେଲ ୧୯୩୬ରେ ଜନ୍ମ ଗ୍ରହଣ କରିଥିବା ଜଗନ୍ନାଥ ପ୍ରସାଦ ଦାସଙ୍କ ନାଁ ଥିଲା ପିତା ଶ୍ରୀଧର ଦାସ ଓ ମାତାଙ୍କ ନାଁ ଥିଲା ଇନ୍ଦୁଦେବୀ I ସେ ଥିଲେ ତୃତୀୟ ସନ୍ତାନ I
କଟକର ମିସନ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ା ସାରି ସ୍ବର୍ଗତ ଦାସ ଆଲ୍ହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ ଓ ସେଠାରେ କିଛି କାଳ ପଢ଼ାଇଥିଲେ । ୧୯୫୮ରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସାହିତ୍ୟ ସାଧନା ଓ ଗବେଷଣା ପାଇଁ, ସେ ୧୯୮୪ରେ ପ୍ରଶାସନିକ ସେବାକୁ ପରିତ୍ୟାଗ କରିଥିଲେ । ୧୯୭୩ରୁ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜେ.ପି, ଦିଲ୍ଲୀରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ମୁରବୀ ଭଳି କାର୍ଯ୍ୟକରି ଆସୁଛନ୍ତି ।

କବିତା
- ପ୍ରଥମ ପୁରୁଷ (୧୯୭୧)
- ଅନ୍ୟସବୁ ମୃତ୍ୟୁ (୧୯୭୬)
- ଯେ ଯାହାର ନିର୍ଜନତା (୧୯୭୯)
- ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
- ଯାତ୍ରାର ପ୍ରଥମ ପାଦ (୧୯୮୮)
- ଆହ୍ନିକ (୧୯୯୦)
- ସ୍ଥିରଚିତ୍ର (୧୯୯୧)
- ସଚରାଚର (୧୯୯୪)
- ସୃତିର ସହର (୧୯୯୫)
- ପରିକ୍ରମା (୧୯୯୮)
- ଅସମୟ (୨୦୦୪)
କବିତା ସଂକଳନ
- ପ୍ରେମ କବିତା (୧୯୮୭)
- ଶ୍ରେଷ୍ଠ କବିତା (୧୯୯୧)
- ପୂର୍ବାପର – ୧(କବିତା ସମଗ୍ର ୧୯୭୦-୭୯) (୧୯୯୫)
- ପୂର୍ବାପର – ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
- ରଙ୍ଗଲିପି (୧୯୯୭)
- କଥାଯାତ୍ରା (୨୦୦୦)
- କବିତା ସମଗ୍ର (୨୦୧୧)
ଗଳ୍ପ
- ଭବନାଥ ଓ ଅନ୍ୟମାନେ (୧୯୮୨)
- ଦିନଚର୍ଯ୍ୟା (୧୯୮୩)
- ଆମେ ଯେଉଁମାନେ (୧୯୮୬)
- ସାକ୍ଷାତକାର (୧୯୮୭)
- ପ୍ରିୟ ବିଦୂଷକ (୧୯୯୨)
- ଶେଷ ପର୍ଯ୍ୟନ୍ତ (୧୯୯୫)
- ଇଚ୍ଛାପତ୍ର (୨୦୦୦)
- ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)
ଉପନ୍ୟାସ
- ଦେଶ କାଳ ପାତ୍ର (ଐତିହାସିକ ଉପନ୍ୟାସ – ୧୯୯୨)
- ସୁଭଦ୍ରାଙ୍କ ଆଖି
ନାଟକ
– ସୂର୍ଯ୍ୟାସ୍ତ ପୂର୍ବରୁ (୧୯୭୨)
- ସବା ଶେଷ ଛୋଲାକ (୧୯୮୦)
- ଅସଂଗତ ନାଟକ (୧୯୮୧)
- ପୂର୍ବରାଗ (୧୯୮୩)
- ସୁନ୍ଦର ଦାସ (୧୯୯୩)
ଶିଶୁ ସାହିତ୍ୟ
- ଅଳିମାଳିକା (୧୯୯୩)
- ଆଳୁକୁଚି ମାଳୁକୁଚି (୧୯୯୩)
- ଅନାବନା (୨୦୦୮)
ପୁରସ୍କାର ଓ ସମ୍ମାନ
- ୨୦୦୬: ସରସ୍ୱତୀ ସମ୍ମାନ, ‘ପରିକ୍ରମା’ ନିମନ୍ତେ
- ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
- ୧୯୯୮:ଶାରଳା ପୁରସ୍କାର, ପ୍ରିୟ ବିଦୁଷକ ନିମନ୍ତେ
- ୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
- ୧୯୯୧: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, “ଆହ୍ନିକ” ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି)
- ୧୯୮୪ – ବିଷୁବ ପୁରସ୍କାର
- ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ‘ଯେ ଯାହାର ନିର୍ଜନତା’ ନିମନ୍ତେ
- ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
- ୧୯୭୨: ନଫିଫିଲ୍ଡ ଫେଲୋ
- ୧୯୬୩: କେନେଡି ଫାଉଣ୍ଡେସନ ପ୍ରଫେସରସିପ
- ଗବେଷଣା ପୁରସ୍କାର
