tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ସୌମ୍ୟ ମୃତ୍ୟୁ ଇଫେକ୍ଟସ : ବଦଳିଲେ ଆଇପିଏସ ଗଙ୍ଗୱାର

1 min read

Oplus_16908288

  • ଗୃହ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ

ଭୁବନେଶ୍ୱର//TATKAL ODISHA//

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ତଥା ଏଡିଜି -କମ୍ୟୁନିକେସନ ଦୟାଲ ଗଙ୍ଗୱାର  ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି I 

ତାଙ୍କୁ ବଦଳି କରାଯାଇ ଗୃହ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ କରାଯାଇଛି I

 ଗଙ୍ଗୱାରଙ୍କ  ବିରୋଧରେ ମାରାତ୍ମକ ଅଭିଯୋଗ ରହିଛି I ସେ କୁଆଡେ ଏକ ଜିମ କରି ସେଠାରେ ସୋମ୍ୟଙ୍କୁ ଅନୈତିକ ଭାବେ ନିଯୁକ୍ତି ଦେଇଥିଲେ ଏବଂ ନିଜର ଘସାମୋଡା ପାଇଁ ତାଙ୍କୁ ବ୍ୟବହାର କରୁଥିଲେ I ସୌମ୍ୟ ସେଥିପାଇଁ ମାନସିକ ଚାପରେ ଥିଲା I ତାଙ୍କର ମୃତ୍ୟୁ ପରେ ଏକଥା ପଦାକୁ ଆସିଛି I ସେଥିପାଇଁ ସରକାର ବିଳମ୍ବରେ ହେଉ ପଛକେ ପଦକ୍ଷେପ ନେଇଛନ୍ତି I 

“ସୌମ୍ୟଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ନାହାନ୍ତି I ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I”

 ପୂର୍ବରୁ ସୌମ୍ୟ ମୃତ୍ୟୁ ଘଟଣାରେ  ୪ ପୋଲିସ ଅଧିକାରୀ ସସପେଣ୍ଡ  ହୋଇଛନ୍ତି । 

ହେଲେ ସୌମ୍ୟଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ନାହାନ୍ତି I ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I 

Share

Leave a Reply