tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବାସି ଖବରର ଯୁଗ ଶେଷ : ଉପଯୋଗ କରନ୍ତୁ ସାମାଜିକ ଗଣମାଧ୍ୟମ

1 min read

Oplus_16908288

  • GUEST EDITOR //ବନମାଳୀ ଦାଶ //
  • +++++++++++++++++++++++++

ଟେଲିଭିଜନ ଓ ମୁଦ୍ରିତ ଗଣମାଧ୍ୟମ ଖବରକାଗଜର ଜମାନା ଆଉନାହିଁ। ୧୪ ପୃଷ୍ଠା କାଗଜରେ ଖେଳ ଖବରକୁ ମିଶାଇ ସମୁଦାୟ ୮୪ଟି ଖବର ପ୍ରକାଶ ପାଇଛି। ସେ ତୁଳନାରେ ବିଜ୍ଞାପନ ଆସିଛି ୧୨୬ଟି। ଏଇ ହେଉଛି ଆଜିର ସମସ୍ୟା। ଆପଣ ନିଜେ ଚାହିଁଲେ ଏହାର ସମାଧାନ ଆପଣଙ୍କ ହାତରେ ଅଛି। ତାହାକୁ ବିକଳ୍ପ ଭାବରେ ବ୍ୟବହାର କରନ୍ତୁ। ମୁଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଖବରକାଗଜ କଥା କହୁନାହିଁ।

ବନମାଳୀ ଦାଶ

  • ଆପଣ ଓଡ଼ିଶାର ଯେକୌଣସି ଖବରକାଗଜ କଥା କୁହନ୍ତୁ, ଏବେ ଦୈନିକ ଖବର ଠୁଁ ଅଧିକ ବିଜ୍ଞାପନ ରହୁଛି। ମୁଁ ତା’ର ଏକ ଅବିକଳ ଚିତ୍ର ଆପଣଙ୍କ ପାଖରେ ରଖୁଛି। ସମୁଦାୟ ପୃଷ୍ଠା ହେଉଛି ୧୪।
  • ପ୍ରଥମ ପୃଷ୍ଠା Full Advertisement. ଦ୍ବିତୀୟ Pageରେ ୭ଟି ଖବର, ଗୋଟେ ଫଟୋ ଖବର।
  • ୩ୟ ପୃଷ୍ଠାରେ ସମୁଦାୟ ୧୧ଟି ଖବର ରହିଛି।
  • ୪ର୍ଥ ପୃଷ୍ଠାରେ ସମ୍ପାଦକୀୟ ସହିତ ୨ଟି କଲମ, ଚିନ୍ତାକଳ୍ପ ଓ ପ୍ରାପ୍ତପତ୍ର।
  • ୫ମ Page ରେ ମାତ୍ର ୩ଟି ଖବର।
  • ୬ ଓ ୯ ପୃଷ୍ଠାରେ ଯଥାକ୍ରମେ ଜିଲା ଏବଂ ଆଞ୍ଚଳିକ (ଶରଧାବାଲି) ଖବର କ୍ରମରେ, ପୁରୀ Page ରେ ୧୧ଟି ଖବର ଓ ଗୋଟିଏ ଫଟୋ ଖବର, ସେହିପରି ୯ ପୃଷ୍ଠା ଶରଧାବାଲି page ରେ ୧୧ଟି ଖବର ଗୋଟେ ଫଟୋ ଖବର ରହିଛି।
  • ପୃଷ୍ଠା ୭ରେ Page- ଦେଶବିଦେଶ ସମୁଦାୟ ୧୫ଟି ଖବର।
  • ୮ ପୃଷ୍ଠାରେ ରାଜ୍ୟ ଖବର, ୪ଟି ପାଠ ସହିତ ୩ୟ ପୃଷ୍ଠାର ଅବଶିଷ୍ଟାଂଶ ଖବର।
  • ସେହିପରି ୧୦, ୧୨ ଓ ୧୩ରେ ରାଜ୍ୟ ଖବର ରହିଛି। ୧୦ରେ ୫ଟି, ୧୧ରେ ୩ଟି ଓ ୧୩ରେ ଗୋଟିଏ ଖବର। ୧୧ ନମ୍ବର Page ସଂପୂର୍ଣ୍ଣ ବିଜ୍ଞାପନ।
  • ପୃଷ୍ଠା ୧୪ରେ ଖେଳ ଖବର। ସମୁଦାୟ ୧୨ଟି ଖେଳ ଖବର ରହିଛି। ଏହି ଖବର ଗୁଡ଼ିକ ମଧ୍ୟରେ ୮୦ ପ୍ରତିଶତ ହେଉଛି ବାସି ଖବର। ବାସି ଖବରମାନେ, ଏସବୁ ଖବର ଆପଣ ପୂର୍ବରୁ ଯେକୌଣସି ମାଧ୍ୟମରେ ଦେଖିଥିବେ ନଚେତ୍ ପଢ଼ି ସାରିଛନ୍ତି। ସେଥିପାଇଁ ମୁଁ ଏବେ ଲଗାତାର ଲେଖୁଛି ଅନୁରୋଧ କରୁଛି ଯଦି ରାଜ୍ୟ କିମ୍ବା ଦେଶର ପ୍ରଗତି ଆପଣ ଚାହୁଁଛନ୍ତି ତେବେ ନିଜ ଠାରୁ ଆରମ୍ଭ କରନ୍ତୁ।
  • ଆପଣ ସାମାଜିକ ଗଣମାଧ୍ୟମର ଯେଉଁସବୁ ବ୍ୟବସ୍ଥାରେ ଅଛନ୍ତି ସେଥିରେ ଆପଣ ଆପଣଙ୍କ ଅଞ୍ଚଳ ସମସ୍ୟା ଓ ଘଟଣା ପୋଷ୍ଟ କରନ୍ତୁ। ଦେଖିବେ କେତୋଟି ଦିନ ଭିତରେ ଆପଣ ଆପଣଙ୍କ ଅଞ୍ଚଳର ଜଣେ ଜଣାଶୁଣା ପ୍ରତିନିଧି ହେଇଯିବେ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରି ଆସିବ। ଆବଶ୍ୟକତା ନଥିଲେ ଲୋକଟି ଖବରକାଗଜ କିମ୍ବା ଟିଭି ସାମ୍ବାଦିକଙ୍କୁ ଅନୁରୋଧ କରିବ ନାହିଁ।
  • ବରଂ ଏସବୁ ବଡ଼ ବଡ଼ ଗଣମାଧ୍ୟମରେ କାମ କରୁଥିବା ପ୍ରତିନିଧି ଆପଣଙ୍କ ଖବରକୁ ନେଇ ଆଞ୍ଚଳିକ ଓ ଜିଲା ସ୍ତରୀୟ ଅଧିକାରୀଙ୍କୁ ପ୍ରଶ୍ନ ପଚାରି ପାରିବେ! ଆପଣ ରିଲ୍ସ କରିବା ସହିତ କିଛି କିଛି ଖବର ଆପଣଙ୍କ Facebook, Instagram, X, Internet, Thread ଯାହାବି ଆପଣ ବ୍ୟବହାର କରୁଛନ୍ତି Post କରନ୍ତୁ।
Share

Leave a Reply