tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରାକୃତିକ ପାଇଁ ‘ପେଷ୍ଟିସାଇଡ୍ ଆକ୍ଟ’ ଖୁବଶୀଘ୍ର: ଶିବରାଜ ସିଂ ଚୌହାନ

1 min read

ଭୁବନେଶ୍ୱର,//TATKAL ODISHA//
ପ୍ରାକୃତିକ ଚାଷ ବା ‘ନେଚୁରାଲ୍ ଫାର୍ମିଂ’ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଅ। ପ୍ରତ୍ୟେକ କୃଷକ ନିଜ ଚାଷ ଜମିର ଅତିକମ୍‌ରେ ପାଞ୍ଚ ଭାଗରୁ ଭାଗେ (୨୦ ପ୍ରତିଶତ) ଜମିରେ ନିଶ୍ଚିତ ଭାବେ ପ୍ରାକୃତିକ ଚାଷ କର। ଏହାଦ୍ୱାରା ରାସାୟନିକ ସାରର ଆବଶ୍ୟକତା ଧୀରେ ଧୀରେ ହ୍ରାସ ପାଇବ ଏବଂ ମାଟିର ଉର୍ବରତା ବଜାୟ ରହିବ। ଏଥିସହ ନକଲି ସାର ଓ କୀଟନାଶକ କାରବାର କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କେନ୍ଦ୍ର ସରକାର ଅତ୍ୟନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ଏବଂ ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ଏକ ନୂଆ ‘ପେଷ୍ଟିସାଇଡ୍ ଆକ୍ଟ’ ଅଣାଯିବ। ଏହା କହିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ।


ପୂର୍ବ ଭାରତର କୃଷି ବିକାଶ ଓ କୃଷକଙ୍କ କଲ୍ୟାଣ ପାଇଁ ଭୁବନେଶ୍ୱରଠାରେ ମଙ୍ଗଳବାର ‘ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ସମ୍ମିଳନୀ -୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା, ବିହାର, ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ଆଦି ୫ଟି ରାଜ୍ୟର କୃଷି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍‌।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ,

  • ଚଳିତ ବର୍ଷ ଧାନ କ୍ରୟ କ୍ଷେତ୍ରରେ ଓଡ଼ିଶା ସରକାର ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।
  • କୃଷକ ହେଉଛି ଆମର ଅନ୍ନଦାତା ଏବଂ ଯଦି ଏହି ଧରାପୃଷ୍ଠରେ କେହି ଦ୍ୱିତୀୟ ଭଗବାନ ଥାଏ, ତେବେ ସେ ହେଉଛି ଜଣେ କୃଷକ।
  • ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଏହି ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ନିଶ୍ଚିତ ରୂପେ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ।
Share

Leave a Reply