tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ରହିବ ନାହିଁ ରାଜ୍ୟ ଯୋଜନା ବୋର୍ଡ଼, ଖୁବ୍‌ଶୀଘ୍ର ‘ସିଟି ଓଡ଼ିଶା’

1 min read

Oplus_16908288

  • ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସଂକଳ୍ପ ପ୍ରକାଶ
  • ରାଜ୍ୟ ସରକାରଙ୍କର ହେବ ଏକ ‘ଥିଙ୍କ ଟ୍ୟାଙ୍କ’
  • ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ
  • ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଙ୍ଗ କାଉନ୍‌ସିଲ୍‌ର ଅଧ୍ୟକ୍ଷ

ଭୁବନେଶ୍ୱର,/TATKAL ODISHA//
ଆଉ ରହିବ ନାହିଁ ରାଜ୍ୟ ଯୋଜନା ବୋର୍ଡ଼। ଖୁବଶୀଘ୍ର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍‌ସ’ ବା ସିଟି ଓଡ଼ିଶା କାର୍ଯ୍ୟକ୍ଷମ ହେବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଏହା ଏକ ଥିଙ୍କ୍ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଏହା ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ।

  • ରାଜ୍ୟ ସରକାର ଖୁବ୍‌ଶୀଘ୍ର ପ୍ରତିଷ୍ଠା କରିବେ। ରାଜ୍ୟ ସରକାର ପୂର୍ବରୁ ୧୮ ଜୁଲାଇ ୨୦୨୪ ରେ ‘ରାଜ୍ୟ ଯୋଜନା ବୋର୍ଡ’କୁ ଭାଙ୍ଗି ଦେଇଛନ୍ତି। କାରଣ, ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ହୋଇପଡ଼ିଛି। ସିଟି ଓଡ଼ିଶା ବର୍ତ୍ତମାନ ସମୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିବ। ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ଆଧୁନିକ ଚିନ୍ତାଧାରା ସହିତ ଇନୋଭେସନ, କୋ-ଅପରେଟିଭ୍ ଫେଡେରାଲିଜିମ୍ ଏବଂ ମାପଯୋଗ୍ୟ ଫଳାଫଳ ସମ୍ପର୍କରେ ପରାମର୍ଶ ଯୋଗାଇଦେବ। ଏହା ସର୍ବୋଚ୍ଚସ୍ତରରେ ସରକାରଙ୍କୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରିବ।
    -ସିଟି ଓଡ଼ିଶାରେ ମୁଖ୍ୟତଃ ଛଅଟି ବିଷୟ ଉପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ। ସେସବୁ ହେଉଛି,
    ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରୀ ବିକାଶ, ଚିନ୍ତାଧାରା ଓ ଇନୋଭେସନ, ଶକ୍ତି ପରିବର୍ତ୍ତନ ଏବଂ ପରିବେଶ ଓ ଜଙ୍ଗଲ ଏବଂ ଖଣି ଓ ପ୍ରାକୃତିକ ସମ୍ପଦ।
  • ସିଟି ଓଡ଼ିଶାର ଏକ ଗଭର୍ଣ୍ଣିଙ୍ଗ କାଉନସିଲ୍ ରହିବ।
  • ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ।
  • ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣ କାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ପେଶାଲ ଇନ୍‌ଭାଇଟି ରହିବେ।
  • ପରିଷଦ ବର୍ଷକୁ ଅତିକମ୍‌ରେ ଥରେ ବୈଠକ କରିବେ।
  • ସିଟି ଓଡ଼ିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ।
RESOLUTION

ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ। ଜଣେ ଚିଫ୍ ଏକ୍‌ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ। ସିଇଓ ଆଇଏଏସ୍ କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା କମିଶନର-ତଥା-ସଚିବ ପାହ୍ୟାର ହୋଇଥିବେ। ଏଥିସହିତ, ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ଏକ ବହୁମୁଖୀ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ ୟୁନିଟ୍ (ପିଆଇୟୁ) ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ। ସିଟି ଓଡ଼ିଶା ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ ଅଫିସ ମଧ୍ୟ ରହିବ। ଏହା ଏକ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରିବ। ସିଟି ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ ବୋଲି ପ୍ରକାଶିତ ସଂକଳ୍ପରେ ସ୍ପଷ୍ଟ ଉଲ୍ଲେଖ ରହିଛି।

Share

Leave a Reply