tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିବେକ ଅନୁଯାୟୀ ଭୋଟ ଦେଇଛି : ସୁବାସିନୀ

1 min read
  • ଗୋଟିଏ ଭୋଟ୍‌ ସଂତୃପ୍ତ ମିଶ୍ରଙ୍କୁ ଦେଇଛି I
  • ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି।

ଭୁବନେଶ୍ବର, ବାଲେଶ୍ୱର,//TATKAL ODISHA//

“ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି । ଗୋଟିଏ ଭୋଟ୍‌ ସଂତୃପ୍ତ ମିଶ୍ରଙ୍କୁ ଦେଇଛି ।ଦ୍ବିତୀୟ ଭୋଟଟି ଦିଲ୍ଲୀପ ରାୟଙ୍କୁ ଦେଇଛି।ମୋ ବିବେକ ଅନୁଯାୟୀ ଭୋଟ ଦେଇଛି। ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ ।”

   ଗୁରୁବାର ଗଣମାଧ୍ୟମ ଆଗରେ କ୍ରସ୍‌ ଭୋଟିଂ ଉପରେ ଏଭଳି  ମତ ଦେଇଛନ୍ତି ସୁବାସିନୀ ଜେନା ।

Tatkal odishaକୁ ସୁବାସିନୀ କହିଛନ୍ତି, ସେ କିଛି ଭୁଲ କରି ନାହାନ୍ତି I କାରଣ ତାଙ୍କ  ନିର୍ବାଚନ ମଣ୍ଡଳୀ ବସ୍ତାରେ କଂଗ୍ରେସ ସହିତ ସିଧାସଳଖ ଲଢେଇ ହୋଇଥାଏ । ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମୁଁ ଚାହିନାହିଁ ।

ଦିଲ୍ଲୀପ ରାୟଙ୍କୁ ଏଥିପାଇଁ ଭୋଟ ଦେଇଛି I

ଏଭଳି ସ୍ଥିତିରେ ଦଳ ବିରୋଧୀ ହେଲି କିପରି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି I 

Share

Leave a Reply