tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଦ୍ୟାଳୟ ପରିବେଶ ପ୍ରଦୂଷିତ କରୁଛି ଜାଭିଅର ବିଶ୍ୱବିଦ୍ୟାଳୟ 

1 min read

Oplus_16908288

  • ଅଭ୍ୟାସଗତ ଆଇନ ଉଲ୍ଲଘଂନକାରି ପ୍ରତିଷ୍ଠାନ :ସ୍ଥାନୀୟ ଲୋକଙ୍କ ଅଭିଯୋଗ
  • ଭୁବନେଶ୍ୱର,//TATKAL ODISHA//

ଗୋଟିଏ ବିଶ୍ଵବିଦ୍ୟାଳୟ କିପରି ଆଉ ଏକ ପ୍ରତିଷ୍ଠିତ ବିଦ୍ୟାଳୟର ପରିବେଶ ଓ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରେ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସ୍ଥାନୀୟ ନିଜିଗଡ଼ କୁରୁଖୁର ଗ୍ରାମରେ I 

     ଦୌରାତ୍ମ୍ୟ ସୃଷ୍ଟି କରୁଥିବା ଉକ୍ତ ବିଶ୍ୱବିଦ୍ୟାଳୟଟି ହେଉଛି ଜାଭିଅର ବିଶ୍ବବିଦ୍ୟାଳୟ I ଏକ ଅଭ୍ୟାସଗତ ଆଇନ ଉଲ୍ଲଘଂନକାରି ପ୍ରତିଷ୍ଠାନ ବୋଲି ଲୋକେ ଅଭିଯୋଗ କରିଛନ୍ତି I 

  ଭୁବନେଶ୍ୱରସ୍ଥ ସୁନ୍ଦରପଦା ଠାରୁ ପ୍ରାୟ ସାତ କିମି ଦୂରରେଏହି ଘଟଣା I ନିଜିଗଡ଼ରେ ସବୁଜ ବନାନୀ ଭିତରେ  ଗଢ଼ି ଉଠିଥୁବା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରିବେଶକୁ ଜାଣିଶୁଣି ଜାଭିଅର ବିଶ୍ବବିଦ୍ୟାଳୟ ନଷ୍ଟ କରୁଥିବା କୁହାଯାଉଛି I 

Oplus_16908288

ଉକ୍ତ ବିଶ୍ୱବିଦ୍ୟାଳୟରୁ ନିଷ୍କାସିତ ଦୂଷିତ ଜଳ କ୍ୟାମସ ସଂଲଗ୍ନ ଖୋଲା ସ୍ଥାନରେ ଛଡାଯାଉଥିବାରୁ ସ୍କୁଲରେ କାର୍ଯ୍ୟରତ ଅଧ୍ୟାପକ ଏବଂ ହଷ୍ଟେଲରେ ରହୁଥିବା ଛାତ୍ର ଛାତ୍ରୀ ପ୍ରଭାବିତ ହୋଇଛନ୍ତି I 

ଏପରିକି ସେହି ପ୍ରଦୂଷିତ ଜଳ ଏକ ନାଳରେ ଯାଇ ସଂଲଗ୍ନ ଗାଁ ପୁଷ୍କରିଣୀ ଓ ଅନ୍ୟ ଜଳାଶୟରେ ମିଶିବା ଯୋଗୁଁ ନାନା ଚର୍ମ ରୋଗରେ ଆକ୍ରାନ୍ତ ବି ହେଉଛନ୍ତି I  

ଏହା ଏକ ଗମ୍ଭୀର ଓ ଚିନ୍ତାର ବିଷୟ I

  • ଅନ୍ୟପକ୍ଷରେ ସ୍ଥାନୀୟ କିଛି ଅଭିଭାବକ ପଞ୍ଚାୟତ କାର୍ଯ୍ୟାଳୟରେ  ଅଭିଯୋଗ କରିବା ପରେ ଏହି କଥା ଗଣମାଧ୍ୟମ ଆଗରେ ସ୍ପଷ୍ଟ  କରିଛନ୍ତି  I ସେମାନେ କହିଛନ୍ତି ଯେ, “ଜଣାଇବା ପରେ ବି କିଛି ପଦକ୍ଷେପ ନିଆଯାଉନାହିଁ I ସମ୍ଭବତ ଜାଭିଆର ବିଶ୍ୱବିଦ୍ୟାଳୟ ପ୍ରଦୂଷଣ ସାର୍ଟିଫିକେଟ ପାଇ ନାହିଁ I ତେଣୁ  ଓଡ଼ିଶା ସରକାରଙ୍କ ଅଧିନସ୍ଥ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତୁରନ୍ତ ସର୍ଜମିନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ I “

ତେବେ ଆମେ ଏନେଇ ଜାଭିଅର ବିଶ୍ଵବିଦ୍ୟାଳୟର ପ୍ରଶାସନିକ ଅଧିକାରୀଙ୍କୁ ପଚାରିବାରୁ ସେ ସବୁ କଥାକୁ ଖମାଖିଆଲ ଭାବେ ନେଇଥିଲେ I ଅଭିଯୋଗ ଭିତ୍ତିହୀନ ବୋଲି ସେ ଅଭିହିତ ବି କରିଥିଲେ I

Share

Leave a Reply