ଉତ୍ତର ଓଡ଼ିଶା ଉପରେ ଇଡି ନଜର, କିଛି ବଡ଼ ମାଛ ଜାଲରେ ପଡ଼ିବା ସମ୍ଭାବନା
1 min read
Oplus_16908288
- ତାଲିକାରେ ନେତା, ବ୍ୟବସାୟୀ.
- ଇଡି ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ଶେଷ
*ନୂଆଦିଲ୍ଲୀ, ଭୁବନେଶ୍ୱର //TATKAL ODISHA//EXCLUSIVE//
ଓଡ଼ିଶାରେ ଇଡି (Enforcement Directorate) ଚଢ଼ାଉ ଜାରି ରହିଛି I ବିଶେଷ କରି ବାଲି ମାଫିଆମାନେ ଟେନସନରେ ଅଛନ୍ତି I ଏବେ ଉତ୍ତର ଓଡ଼ିଶା ଉପରେ ଇଡି ନଜର ପକାଇଛି I କିଛି ବଡ଼ ମାଛ ଜାଲରେ ପଡିବା ସମ୍ଭବନା ରହିଛି I
- ପୂଣି ଚିଟଫଣ୍ଡ କେଳେଙ୍କାରୀ ଉପରେ ତଦନ୍ତ ହେବ ବୋଲି ଭିତିରିଆ ସୂତ୍ରରୁ ଜଣାପଡିଛି I ଫଳରେ ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା କିଛି ନେତା ଓ ବ୍ୟବସାୟୀଙ୍କ ଘରେ ଖୁବଶୀଘ୍ର ଛଡାଉ ହେବ I *
ଚଢ଼ାଉ ହେଲେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ତଥା ଏବର ଓ ପୂର୍ବତନ କିଛି ମନ୍ତ୍ରୀ, ବିଧାୟକ ଓ ସାଂସଦ ଅଡ଼ୁଆରେ ପଡ଼ିବା ଚର୍ଚ୍ଚା ଜୋର ଧରିଛି।
ଟେନସନରେ ନେତା, ବ୍ୟବସାୟୀ..
“ଗତ ଜାନୁଆରୀ ମାସରେ ଗଞ୍ଜାମରେ ED ପକ୍ଷରୁ ବଡ଼ ଧରଣର ଚଢ଼ଉ ହୋଇଥିଲା , ଆଲମାରୀ ଭରି କୋଟି କୋଟି ନଗଦ ଟଙ୍କା ଠାବ ପରେ ତଦନ୍ତକାରି ଅଧିକାରୀ ଟେରା ହୋଇଥିଲେ I ସମାନ ସ୍ତିତି ଉତ୍ତର ଓଡ଼ିଶାରେ ହେବ ବୋଲି ଅନୁମାନ କରାଯାଉଛି I”
ଇଡି ଏବେ ବେଆଇନ ଖଣିଜ କାରବାର ଏବଂ ଆର୍ଥିକ ଅନିୟମିତତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ମୟୁରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା ଏବଂ ବେଲେଶ୍ୱର ଜିଲ୍ଲାର ନୀଳଗିରି, ଜଳେଶ୍ୱର ଆଦି ଅଞ୍ଚଳରେ ବେଆଇନ ଲଘୁ ଖଣି କେଳେଙ୍କାରୀ ବହୁ ମାତ୍ରାରେ ଚାଲିଛି I ଇଡି ଅଧିକାରୀମାନେ ଲୁକ୍କାୟିତ ଭାବେ ପ୍ରାରମ୍ଭିକ ରିପୋର୍ଟ ସଂଗ୍ରହ କରି ସର୍ଜମିନ ତଦନ୍ତ କରିଛନ୍ତି I ଏଥି ସହ ଚିଟଫଣ୍ଡ କେଳେଙ୍କାରୀର ବି ତଦନ୍ତ ହେବ ବୋଲି କୁହାଯାଉଛି I
