tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଓଡ଼ିଶା ସରକାର ଦିଅନ୍ତୁ ତୁରନ୍ତ ଇସ୍ତଫା

1 min read

  • ସଂସଦର ଗାନ୍ଧିମୂର୍ତ୍ତି ତଳେ ବିଜେଡି ସାଂସଦଙ୍କ ଧାରଣା


ଭୁବନେଶ୍ୱର,/TATKAL ODISHA//
ଓଡ଼ିଶାରେ ହତ୍ୟା, ଚୋରି, ଲୁଣ୍ଠନ ଓ ତସ୍କରୀ ଭଳି ଘଟଣା ଉଦବେଗ ଜନକ ହୋଇଛି। ରାଜ୍ୟରେ ପ୍ରତ୍ୟେକ ଦିନ ନାରୀ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଏଥିପାଇଁ ରାଜ୍ୟରେ ଥିବା କ୍ଷମତାସୀନ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ।
ଏହି ଦାବିରେ ବିଜେଡି ରାଜ୍ୟସଭା ସାଂସଦମାନେ ଗୁରୁବାର ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି ଦେବା ସହ ଧାରଣା ଦେଇଛନ୍ତି। ସେମାନେ ହେଉଛନ୍ତି ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ସୁବାଶିଷ ଖୁଣ୍ଟିଆ।


ବିଜେଡି ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟର ଆଇନ ଶୃଙ୍ଖଳା ବଜାୟ ରଖିବା କ୍ଷେତ୍ରରେ କ୍ଷମତାସୀନ ସରକାର ବିଫଳ ହେବା ସହ ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ସୁଯୋଗ ନେଇ ନିକଟ ଅତୀତରେ ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆଙ୍କୁ ପୁରୀରେ ହତ୍ୟା ଧମକ ଦିଆଯାଇଥିଲା। ଏଥିପାଇଁ ଆମେ ହାତରେ ପ୍ଲାକାର୍ଡ ଧରି ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ନାରାବାଜି ଦେଇଥିଲୁ।

Share

Leave a Reply