tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବିଜେଡିର ଆଉ ୯ ବିଧାୟକଙ୍କୁ ଗୁରୁମନ୍ତ୍ର

1 min read
  • ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ କାମ କର
    ଭୁବନେଶ୍ୱର,//TATKAL ODISHA//
    ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୂତ କର। ସାଧାରଣ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କର।
    ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳରଦେଇଛନ୍ତି। ନବୀନ ବିଭିନ୍ନ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି କହିଛନ୍ତି ଯେ, ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟ ଉପରେ ଗୁରୁତ୍ୱ ଦେବା ଜରୁରୀ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବାକୁ ହେବ। ତେଣୁ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ଆହୁରି ମଜବୂତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରି।
    ଉକ୍ତ ବୈଠକରେ ବିଧାୟିକା ମନୋରମା ମହାନ୍ତି ,ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ,ଅଶ୍ୱିନୀ ପାତ୍ର,ବ୍ରଜକିଶୋର ପ୍ରଧାନ,ବ୍ୟୋମକେଶ ରାୟ,ସଂଜୀବ ମଲ୍ଲିକ,ଚକ୍ରମଣି କହଁର, ଗୌତମ ବୁଦ୍ଧ ଦାସ ଓ ମାଧବ ଧଡ଼ା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Share

Leave a Reply