tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଟି ୨୦ ବିଶ୍ୱ କପରୁ ଗିଲ ବାଦ

1 min read
  • ଈଶାନ କିଶନ ଓ ରିଙ୍କୁ ସିଂହ ଟିମ୍‌କୁ ଫେରିଲେ

ମୁମ୍ବାଇ, ନୂଆଦିଲ୍ଲୀ //TATKAL ODISHA//

ଟିଟ୍ୱେଣ୍ଟି ବିଶ୍ୱକପ୍‌  ୨୦୨୬  ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏଥିରେ ସ୍ଥାନ ପାଇ ନାହାନ୍ତି ଭାରତୀୟ ଦିନିକିଆ ଓ ଟେଷ୍ଟ ଅଧିନାୟକ ତଥା ଟିଟ୍ୱେଣ୍ଟି ଉପ-ଅଧିନାୟକ  ଶୁବମନ ଗିଲ।

ସୂର୍ଯ୍ୟ କୁମାର ଯାଦବ ଟିମ୍‌ର ନେତୃତ୍ୱ ନେବାକୁ ଥିବା ବେଳେ  ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। 

ଈଶାନ କିଶନ ଓ ରିଙ୍କୁ ସିଂହ ଟିମ୍‌କୁ ଫେରିଛନ୍ତି I ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ସେମାନଙ୍କୁ ୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍‌ ଟିମ୍‌ରେ ସାମିଲ କରାଯାଇଛି। ଈଶାନ କିଶନଙ୍କୁ ଦ୍ୱିତୀୟ ୱିକେଟ୍ କିପର ଭାବେ ସାଞ୍ଜୁ ସାମସନ୍‌ଙ୍କ ସହିତ ଟିମ୍‌ରେ ସାମିଲ କରାଯାଇଛି।

ଶେଷଥର ପାଇଁ ଈଶାନ କିଶନ ୨୦୨୩ ନଭେମ୍ବରରେ ଅଷ୍ଟ୍ରେଲିଆ ବିରୋଧରେ ଏକ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ।

Share

Leave a Reply