tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

କେଇ ଘଣ୍ଟା ପରେ ବାରବାଟୀରେ ମହାମୁକାବିଲା

1 min read
  • ସୁରକ୍ଷା କଡ଼ାକଡି, ଟ୍ରାଫିକ କଟକଣା
  • ୫0 ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ୱର, କଟକ,//TATKAL ODISHA//

ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି I ଆଉ କେଇ ଘଣ୍ଟା ପରେ ବାରବାଟୀରେ ମହାମୁକାବିଲା। ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ।

 ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚ ନାଲି ମାଟିର ପିଚରେ ଖେଳାଯିବ । ତେଣୁ ହାଇ ସ୍କୋରିଂ ମ୍ୟାଚ ହେବା ନେଇ ଆକଳନ କରାଯାଇଛି ।

  କଡ଼ା ସୁରକ୍ଷା ଭିତରେ ସୋମବାର ଭାରତୀୟ ଦଳ ଅପରାହ୍ମ ୧:୩୦ରୁ ୪:୩୦ ପର୍ଯ୍ୟନ୍ତ ବାରବାଟୀରେ ଅଭ୍ୟାସ କରିଥିଲା ବେଳେ  ଦକ୍ଷିଣ ଆଫ୍ରିକା ଦଳ ସନ୍ଧ୍ୟା ୫:୩୦ରୁ ରାତି ୮:୩୦ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ । 

ଓସିଏ ପକ୍ଷରୁ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ପୂର୍ବ ବର୍ଷ ପରି ଯେମିତି କିଛି ସମସ୍ୟା ନ ହେବ, ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯାଇଛି I ଟ୍ରାଫିକ ବ୍ୟବସ୍ଥା ଶୃଙ୍ଖଳିତ କରାଯଇଛି I

  ଖେଳ ପୂର୍ବରୁ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର, ୱାସିଂଟନ ସୁନ୍ଦର, ଅଭିଷେକ ଶର୍ମା ପ୍ରମୁଖ ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି I

 କମିଶନରେଟ୍ ପୋଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ସହ ବାରବାଟୀରେ ୫୦ ପ୍ଲାଟୁନ୍‌ ପୋଲିସ, ୩୦୦ ଅଫିସର ଏବଂ ଖେଳାଳି ଆସିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।

 ଉଲ୍ଲେଖନୀୟ ଯେ, ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟି-୨୦ ମ୍ୟାଚ ଖେଳାଯାଇଛି । ଏହି ଦୁଇଟି ମ୍ୟାଚରେ ଭାରତ ହାରିଥିଲା । 

Share

Leave a Reply