tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଓଡ଼ିଶାର ଅର୍ଥନୈତିକ ପରିଚାଳନା ଦେଶର ସର୍ବୋତ୍ତମ : ମୁଖ୍ୟମନ୍ତ୍ରୀ

1 min read

 ଭୁବନେଶ୍ୱର,//TATKAL ODISHA//:
ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଆମ ସରକାର ଦୁଇଗୋଟି ରଣ କୌଶଳକୁ ଆପଣାଇଛନ୍ତି। ତାହାହେଲା ଆର୍ôଥକ ପରିଚାଳନାରେ ଶୃଙ୍ଖଳା ସହିତ ରାଜ୍ୟର ଦ୍ରୁତ ବିକାଶ। ଖୁସିର କଥା ଗତ ଦେଢ ବର୍ଷ ହେଲା, ଆମ ସରକାର ଏହି ଉଭୟ ଲକ୍ଷ୍ୟକୁ ହାସଲ କରିବାରେ ସମର୍ଥ ହୋଇଛନ୍ତି। ଆମ ସରକାରର ଅର୍ଥନୈତିକ ପରିଚାଳନା ଦେଶର ସବୁ ରାଜ୍ୟ ଅପେକ୍ଷା ସର୍ବୋତ୍ତମ।


ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ମୋଟ୍ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ଉପସ୍ଥାପନା କରି ଏହା କହିଛନ୍ତି।

୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତ ଆର୍ôଥକ ବର୍ଷ ପାଇଁ ମୁଁ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ଉପସ୍ଥାପନ କରିଥିଲି ଯାହାକୁ ଏ ଗୃହ ପାରିତ କରିଥିଲା। ଗତ ଆଠ ମାସରେ ଆମର ସରକାର ବଜେଟରେ ଥିବା ପ୍ରାବଧାନ ଅନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱୟନ କରୁଛନ୍ତି। ଆମ ବଜେଟର ଚାରିଗୋଟି ମୁଖ୍ୟ ଉପାଦାନ ଉପରେ ପର୍ଯ୍ୟବେଶିତ ଥିଲା – ଜୀବନ ଜୀବିକାର ଉନ୍ନତି, ଭିତ୍ତିଭୂମିର ବିକାଶ, ସାମାଜିକ ସୁରକ୍ଷା ଓ ସମାଜ ମଙ୍ଗଳ ଏବଂ ଓଡିଶା ଅସ୍ମିତା। ଗତ ଦେଢବର୍ଷ ହେଲା ଆମ ସରକାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ମନ୍ତ୍ର ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’ ମନ୍ତ୍ରରେ ଉଦବୁଦ୍ଧ ହୋଇ ସମାଜର ଚାରି ମୁଖ୍ୟବର୍ଗ ‘ଅନ୍ନଦାତା, ମହିଳା, ଯୁବା ଏବଂ ଗରିବ’ ପାଇଁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ କରିଆସୁଛନ୍ତି। ତେଣୁ, ଏହି ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆବଶ୍ୟକ ପଡୁଥିବା ଅତିରିକ୍ତ ବ୍ୟୟ ପାଇଁ ଏହି ବିଲ୍ ଉପସ୍ଥାପନ କରାଯାଇଛି।


 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ଭିଜନ ଏବଂ ଆନ୍ତରିକତା ସ୍ପଷ୍ଟ। ଆମ ପାଇଁ ବାର୍ଷିକ ବଜେଟ କେବଳ ବର୍ଷକର ଆୟ-ବ୍ୟୟର ହିସାବ ନୁହେଁ। ଆମ ସରକାର ରାଜ୍ୟ ଗଠନରେ ବିଶ୍ୱାସ କରେ, ଏହି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣ କେବଳ ଗୋଟିଏ କି ଦୁଇଟି ବଜେଟରେ ହେବା ସମ୍ଭବ ନୁହେଁ। ଏଥିପାଇଁ ଏକ ଭିଜନ ଏବଂ ଦୁରଦୃଷ୍ଟିର ଆବଶ୍ୟକ। ତେଣୁ, ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ‘ସମୃଦ୍ଧ ଓଡିଶା’ ର ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନ ପାଇଁ ଓଡିଶାର ଅବଦାନ। ଏହି ସ୍ୱପ୍ନକୁ ସାକାର କରିବାପାଇଁ ସବୁଠାରୁ ବଡ଼ ଅବଦାନ ରହିବ ଭିତ୍ତିଭୂମି ନିର୍ମାଣ। ଯେତେ ଅଧିକ ଭିତ୍ତିଭୂମି ନିର୍ମାଣ ହେବ ସେତିକି ଅଧିକ ରୋଜଗାର ସୃଷ୍ଟି ହେବ, ସେତେ ଅଧିକ ଆର୍ôଥକ ଅଭିବୃଦ୍ଧି ହେବ। ତେଣୁ, ଆମ ସରକାର ସଚେତନତା ସହିତ ପ୍ରଚେଷ୍ଟା କରିଥିଲେ ଯେତେ ଅଧିକ ସମ୍ଭବ ବଜେଟର ପୁଞ୍ଜିଖର୍ଚ୍ଚ ପାଇଁ ବ୍ୟୟ ବରାଦ କରିବା। ତେଣୁ ଗତ ବଜେଟରେ ପୁଞ୍ଜି ଖର୍ଚ୍ଚ ବାବଦକୁ ୬୫ ହଜାର ୧୨ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଅନ୍ତର୍ଭୁକ୍ତ। ଏହା ଓଡ଼ିଶାର ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୬.୧୧ ପ୍ରତିଶତ ଥିଲା, ଯାହାର ଅନୁପାତ ସାରା ଦେଶରେ ସର୍ବାଧିକ।
କଂଗ୍ରେସକୁୁ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଶାସିତ ଜଣେ ଦକ୍ଷିଣ ଭାରତର ମୁଖ୍ୟମନ୍ତ୍ରୀ (ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ) ସାର୍ବଜନୀନ ମଞ୍ଚ (ଏକ ଟେଲିଭିଜନ ସାକ୍ଷାତକାରରେ) ଅତ୍ୟନ୍ତ କ୍ଷୋଭର ସହ କହିଥିଲେ, ‘ମୋ ରାଜ୍ୟର ଆର୍ôଥକ ସ୍ଥିତି ଏତେ ଉତ୍କଟ ଯେ ମୁଁ ଚାହିଁଲେ ବି ମାସକୁ ୫୦୦ କୋଟି ଟଙ୍କା ପୁଞ୍ଜି ପାଇଁ ଖର୍ଚ୍ଚ କରିପାରୁନାହିଁ।‘ ଅର୍ଥାତ୍ ବର୍ଷକୁ ପ୍ରାୟ ୫ ହଜାର କୋଟି ଟଙ୍କା ପୁଞ୍ଜି ବାବଦକୁ ଖର୍ଚ୍ଚ କରିପାରୁଛନ୍ତି। କିନ୍ତୁ, ସେ ବର୍ଷକରେ ଭିତ୍ତିଭୂମି ପାଇଁ ଯେତେ ଖର୍ଚ୍ଚ କରୁଛନ୍ତି, ଆମ ସରକାର ମାସରେ ସେତିକି ଖର୍ଚ୍ଚ କରୁଛନ୍ତି। ଆଉ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ପାଇଖାନା ସିଟ ପିଛା ଟାକ୍ସ ଲଗାଇବାକୁ ଯୋଜନା କରିଥିଲେ (ହିମାଚଳ ପ୍ରଦେଶ)। ଆଉ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟ ଘରୁ ଅଳିଆ ଆବର୍ଜନା ନିଷ୍କାସନ କରିବା ପାଇଁ ଅଳିଆ ଟାକ୍ସ ଲଗେଇଛନ୍ତି। ତେଣୁ, ବୁଦ୍ଧିମାନ ଓଡିଶାର ଜନ ସାଧାରଣ ଆପଣଙ୍କ ଏହି ପ୍ରକାର ଅର୍ଥନୀତି ପରିଚାଳନା ଚାହୁଁ ନାହାନ୍ତି। ଆମ ସରକାର ରାଜ୍ୟର ଅର୍ଥନୈତିକ ପରିଚାଳନା ଅତ୍ୟନ୍ତ ଦକ୍ଷତାର ସହିତ କରୁଛନ୍ତି।
 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ରାଜ୍ୟର ଋଣଭାର ରାଜ୍ୟ ସକଳ ଘରୋଇ ଉତ୍ପାଦର ୨୫ ପ୍ରତିଶତ ଏବଂ ସୁଧ ଦେୟ ଓ ମୋଟ ରାଜସ୍ୱର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ। ତଣୁ, ରାଜ୍ୟର ଆର୍ଥକ ସ୍ଥିତିକୁ ନେଇ କିଛି ସଦସ୍ୟ-ସଦସ୍ୟା ପ୍ରକାଶ କରିଥିବା ସମାଲୋଚନା ଏବଂ ଉଦବେଗ ସଂପୂର୍ଣ୍ଣ ଭାବେ ଅମୂଳକ।
 ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ନୂତନ ଜନକଲ୍ୟାଣମୂଳକ କାର୍ଯ୍ୟ ଯେପରିକି ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧ ଯୋଜନା, ମାଧୋ ସିଂ ଛାତ୍ରବୃତ୍ତି ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରିବା ସତ୍ତ୍ୱେ ରାଜ୍ୟର ଆର୍ôଥକ ପରିଚାଳନା ଅତ୍ୟନ୍ତ ଉଚ୍ଚକୋଟିର। ତେଣୁ, ରାଜ୍ୟର ଆର୍ôଥକ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ଆମେ ଜନକଲ୍ୟାଣକାରୀ ଯୋଜନାରେ କୌଣସି ପ୍ରକାରେ ସଲିସ୍ କରି ନାହୁଁ, କିମ୍ବା ଅନ୍ୟ କିଛି ରାଜ୍ୟ ପରି ବେପରୁଆ ଭାବେ ଖର୍ଚ୍ଚ କରି ରାଜ୍ୟର ଆର୍ଥକ ସ୍ୱାସ୍ଥ୍ୟକୁ ଓଉଟ ରେ ରଖିନାହୁଁ। କାରଣ ଆମ ପାଇଁ ବିକାଶ ର ସଜ୍ଞା ହେଉଛି ନିରନ୍ତର। କ୍ଷଣିକ ନିର୍ବାଚନୀ ସଫଳତା ପାଇଁ ପୁରା ରାଜ୍ୟବାସୀଙ୍କ ଭବିଷ୍ୟତକୁ ଜଳାଞ୍ଜଳି ଦେବା ଆମର ନୀତି ନୁହେଁ। ତେଣୁ, ଆମର ପ୍ରତ୍ୟେକ ବଜେଟ ହେଉଛି ସମୃଦ୍ଧ ଓଡିଶା ଗଠନ କରିବାର ଗୋଟିଏ ଗୋଟିଏ ପାହୁଚ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Share

Leave a Reply