tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ବଡ଼ ଖବର : ୧୧ ପଞ୍ଚାୟତର ୭୪ ଗାଁ ବିଏମସିରେ ସାମିଲ

1 min read
  • ଗ୍ରାମ ସଭା ରିପୋର୍ଟ ଦାଖଲ କଲେ ବିଡ଼ିଓ
  • ବିଏମସିର ୱାର୍ଡ ସଂଖ୍ୟା ଆଉ ୩ ରୁ ୪ତି ବଢ଼ିଯିବ
  • ଗାଁ ହେବ ରୂପାନ୍ତର, ମିଳିବ ସହରୀ ସୁବିଧା

ଭୁବନେଶ୍ୱର//TATKAL ODISHA//EXCLUSIVE //

ଭୁବନେଶ୍ୱରର କଳେବର ବୃଦ୍ଧି ହେବାକୁ ଯାଉଛି I ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜଧାନୀ ଉପକଣ୍ଠ ଭୁବନେଶ୍ୱର ବ୍ଳକ ଅନ୍ତର୍ଗତ  ୧୧ ଗ୍ରାମ ପଞ୍ଚାୟତକୁ ଭୁବନେଶ୍ୱର ମହାନଗର ନିଗମରେ ସାମିଲ କରୁଛନ୍ତି I ଏଥିରେ ଥିବା ପ୍ରାୟ ୭୪ ଗାଁରେ ଗ୍ରାମସଭା ହୋଇ ସମ୍ମତି ଜଣାଇଛନ୍ତି I ଫଳରେ ବିଏମସିର ୱାର୍ଡ ସଂଖ୍ୟା ଆଉ ୩ ରୁ ୪ତି ବଢ଼ିଯିବ ।

  • ଗତ ୨୦ ସେପ୍ଟେମ୍ବର ୨୦୨୫ରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଚିଠି ନମ୍ବର ୪୭୯୪୫ରେ ଭୁବନେଶ୍ୱର ବ୍ଲକକୁ ୧୧ ପଞ୍ଚାୟତର ଗ୍ରାମ ସଭା ‘ରିଜୋଲ୍ୟୁସନ ରିପୋର୍ଟ’ ଦେବାକୁ କୁହାଯାଇଥିଲା I ଭୁବନେଶ୍ୱର ବ୍ଳକର ବିଡ଼ିଓ ଚିଠି ନମ୍ବର ୫୪୫୨/୪. ୧୦. ୨୦୨୫ରେ ବିଏମସିକୁ ଉକ୍ତ ରିପୋର୍ଟ ପ୍ରଦାନ କରିଛନ୍ତି I 

“ବିଏମସି ରିପୋର୍ଟ ଆଧାରରେ ଓଡ଼ିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି’

ରିପୋର୍ଟ ଅଧାରେ ଯେଉଁ ୧୧ ପଞ୍ଚାୟତ ବିଏମସି ଅଧୀନକୁ ଯାଉଛି, ସେଗୁଡିକ ହେଉଛି.. 

  • ତମାଣ୍ଡୋ,
  • ଶିଶୁପାଳଗଡ଼,
  • ଅନ୍ଧାରୁଆ
  • ଧଉଳି
  • ଇଟିପୁରକ
  • କଣ୍ଟାବାଡ
  • ମେଣ୍ଢାଶାଳ
  • ବାସୁଆଘାଇ
  • ଲିଂଗିପୁର
  • ଦାଢ଼ା
  • ଟିକରପଡା

ଏବେ ଏସବୁ ଗାଁରେ ସହର ସୁବିଧା ମିଳିବ I ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସ୍ତାବ ଆସିଛି । 

  ଅନ୍ୟ ପକ୍ଷରେ ଗତ ୨୦୨୨ରେ ୩ଟି ଜୋନ୍‌କୁ ୬ ଜୋନ୍‌ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବିଏମ୍‌ସି , ଏହାକୁ ଅନୁମୋଦନ ମଧ୍ୟ ମିଳିଛି ।  ସମୟ ସୀମା ମଧ୍ୟରେ ଏଥିପାଇଁ ମାନବ ସମ୍ବଳ ବଢେଇବା ପାଇଁ ବ୍ୟବସ୍ଥା କରାଯାଉଛି । 

Share

Leave a Reply