ନଭେମ୍ବର ୧୪ରୁ ରାଜଧାନୀ ପୁସ୍ତକ ମେଳା
1 min read
- ଶହୀଦ ନଗର ଦୂର୍ଗାପୂଜା ପଡ଼ିଆରେ ହେବ
- ୨୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ମେଳା ବସିବ
ଭୁବନେଶ୍ୱର//TATKAL ODISHA//
ଦୀର୍ଘ ୨୫ ବର୍ଷ ଧରି ଭୁବନେଶ୍ବରରେ ଆୟୋଜିତ ହୋଇଆସୁଥିବା ଓଡ଼ିଶାର ସବୁଠୁ ବଡ଼ ବହିମେଳା ‘ରାଜଧାନୀ ପୁସ୍ତକ ମେଳା’ ଆସନ୍ତା ୧୪ ନଭେମ୍ବର ୨୦୨୫ରୁ ୨୩ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଅଛି ।
ସ୍ଥାନୀୟ ଶହୀଦ ନଗର ଦୂର୍ଗାପୂଜା ପଡ଼ିଆରେ ଭାରତବର୍ଷର ବହୁ ବଡ଼ ବଡ଼ ପୁସ୍ତକ ପ୍ରକାଶକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I
“ମୋବାଇଲ ଛାଡ଼ିବା, ବହି କିଣି ପଢ଼ିବା, ବହି ପଢ଼ି ଜୀବନକୁ ନୂଆ କରି ଗଢ଼ିବା”


ପ୍ରତ୍ୟହ ଅପରାହ୍ଣ ୨ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହି ମେଳା ଖୋଲା ରହିବ l
ସପରିବାର ଏହି ପୁସ୍ତକ ମେଳା ପରିଦର୍ଶନ କରିବାକୁ ରାଜଧାନୀ ପୁସ୍ତକମେଳା କମିଟି ଏବଂ ଏକାମ୍ର ପୁସ୍ତକ ମହୋତ୍ସବ କମିଟି ବିନମ୍ର ନିବେଦନ କରିଛନ୍ତି l
