tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ଦୂର ହେଲା ଦ୍ୱନ୍ଦ୍ୱ: ସୋମବାର ଦୀପାବଳି ଛୁଟି

1 min read

ଭୁବନେଶ୍ୱର //TATKAL

କେଉଁ ତାରିଖରେ ହେବ କାଳୀ ପୂଜା? କେଉଁ ତାରିଖରେ ହେବ ଦୀପାବଳି?? ରାଜ୍ୟ ସରକାର କେବେ କରିବେ ସରକାରୀ ଛୁଟି??

ଏନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି I 

 ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭା ପକ୍ଷରୁ ଦୀପାବଳି ପାଇଁ ଦିଆଯାଇଥିବା ୨୦ ତାରିଖକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି I ଫଳରେ ମଙ୍ଗଳବାର ବଦଳରେ ସରକାର ସୋମବାର ଛୁଟି ଦିବସ ଭାବେ ଘୋଷଣା କରିଛନ୍ତି I

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି I

   ଉଲ୍ଲେଖନୀୟ ଯେ, ଗତ ବୁଧବାର ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭା ପକ୍ଷରୁ  ବିଧିଵଦ୍ଧ ଭାବେ ୨୦ ତାରିଖ ଦୀପାବଳି ଅମବାସ୍ୟା ଦିନ ୩ଟା ୨୩ ପରଠୁ ପୟାଶ୍ରାଦ୍ଧ ହେବ ବୋଲି କୁହାଯାଇ ଥିଲା I  ତେଣୁ ରାଜ୍ୟ ସରକାର ପୂର୍ବରୁ ଥିବା ଛୁଟି ଦିବସ ମଙ୍ଗଳବାରକୁ ରଦ୍ଦ କରି ସୋମବାର ଛୁଟି କରିଛନ୍ତି I

Share

Leave a Reply