tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ପ୍ରିୟ ଆର୍ଯ୍ୟ ଭାଇ!ଆଜି ବାର ଅକ୍‌ଟୋବର! ତମ ଜନ୍ମଦିନ

1 min read
  • ସୂର୍ଯ୍ୟ ଦେଓ
  • ++++++++

ପ୍ରିୟ ଆର୍ଯ୍ୟ ଭାଇ!
ଆଜି ବାର ଅକ୍‌ଟୋବର! ତମ ଜନ୍ମଦିନ
ଆଖିି ଲୁହରେ ଜଳୁଛି ଦୀପ
କିଛି ଲୁହ ପୋଛା ହେଉଛି ପଣତ କାନିରେ
କିଛି ଲୁହ ପିଇ ନେଉଛି ଓଠ!

ଜନ୍ମଦିନ ଶୁଭେଚ୍ଛା!

ତମ ଗୀତ ତମକୁ ନିବେଦିତ
ପ୍ରିୟ ଆର୍ଯ୍ୟ ଭାଇ!

କିଛି ଲୁହ ପୋଛାହୁଏ ପଣତ କାନିରେ
କିଛି ଲୁହ ପିଇଯାଏ ଓଠ
ମୁଁ ଏମିତି ଲୁହ ଟୋପେ ତୁମରି ଆଖିରେ
ଯେମିତିକା ମରୁନଦୀ ମରୁପଥେ ହରାଇଛି ବାଟ

ତୁମରି ବ୍ୟଥାର ଶୂନ୍ୟତା ଦେହେ
ଖୋଜିଛି କେତେ ନିଜକୁ
ଯେମିତି ସପନ ଖୋଜେ ନିଶି ଶେଷେ
ଗତ ରଜନୀର ତନ୍ଦ୍ରାକୁ
ମୁଁ ଏମିତି ପରିଣତି ତୁମରି ଦୁଃଖର
ଏମିତିକା ଜାଣିଜାଣି ଶୁଖିବାକୁ ଚାହେ ନାହିଁ କ୍ଷତ

ଆହତ ତୁମରି ଅତୀତ ଗପରେ
ଖୋଜିଛିି ମୋ’ ପରିଚୟ
ଅକୁହା କାହାଣୀ ନାୟକ ହୋଇ ମୁଁ
କରିଛି ଯେ ଅଭିନୟ
ମୁଁ ଏମିତି ଅଭିଶାପ ତୁମରି ଜୀବନେ
ଯେମିତିକା ପାପଟିଏ ଫେରିବାକୁ ପାଏନାହିଁ ବାଟ

Share

Leave a Reply