ସନ୍ତୋଷ କୁମାର ସେଠୀଙ୍କ ନୂଆ କବିତା -‘କାଠ’

0
  • *****
  • କାଠ
  • *****

ମଣିଷ ମରିଗଲେ
ପାଲଟି ଯାଏ ଶବ
ଆଉ ଗଛ ପାଲଟିଯାଏ କାଠ !

ବଞ୍ଚି ଥିବା ବେଳେ ସେ
କେତେ ଅମ୍ଲଜାନ ଦେଇଛି,
ଫୁଲଫଳ ଦେଇଛି,
ଛାଇ ଦେଇଛି,
ବା କେତେ ଆଶ୍ରୟ ଦେଇଛି,
ତା’ର ହିସାବ କ’ଣ କେ ରଖେ
ସେ କାଠ ହେବା ପରେ ?

ବଂର ଦେଖେ,
କେତେ ମୋଟେଇ ଗଣ୍ଡି ରୁ
କେତେ ସିଫ୍ଟ ପଟା ବାହାରିବ
କେତେ କବାଟ ହେବ,ଝରକା ହେବ
ଆସବାବପତ୍ର ହେବ
କେତେ ରୋଷେଇ ରେ
ସହାୟକ ହେବ !

ତୀକ୍ଷ୍ଣ ଧାରୁଆ କରତ ବା କୁରାଢୀ
ଛାତି କୁ ତା ବିଦୀର୍ଣ୍ଣ
କରିପକାଉଥିବା ବେଳେ
ସେ ସହେ ଯନ୍ତ୍ରଣା ଓ ଆଘାତ କୁ
ଦାନ୍ତ ଚିପି,ବିନା ପ୍ରତିରୋଧ ରେ।

ଆଉ ପ୍ରତିଶୋଧ ନିଏ
କେବେ ଠାକୁର ହୋଇ
ତା ପାଦ ତଳେ ମଣିଷର ମୁଣ୍ଡକୁ ନୁଆଁଇ
ଅବା ତାକୁ ଜାଳି ପୋଡି ପାଉଁଶ କରି।

  • ସନ୍ତୋଷ କୁମାର ସେଠୀ,
  • ପୁରୀ, ମୋ -୯୪୩୭୩୦୨୬୧୮

Leave A Reply

Your email address will not be published.