ଜେଏସପି ଫାଉଣ୍ଡେସନ କଲା ଦୃଷ୍ଟିହୀନ ସହାୟକ ଉପକରଣ ଲାଇବ୍ରେରୀ

0
  • ଜେଏସପି ଫାଉଣ୍ଡେସନ ପକ୍ଷରୁ ଅଭିନଵ ପଦକ୍ଷେପ

ଭୁବନେଶ୍ବର,//TATKAL ODISHA//:
ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ଜୀବନଧାରଣ ମାନଙ୍କୁ ଉନ୍ନତ କରିବା ନିମନ୍ତେ ସହାୟତା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଅନୁଷ୍ଠାନ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବରରେ ଏକ ଏକ ଅତ୍ୟାଧୁନିକ ସହାୟକ ଉପକରଣ ଲାଇବ୍ରେରୀ ‘ଜିନ୍ଦଲ ଜ୍ଞାନ’ ସ୍ଥାପନ କରାଯାଇଛି

  • ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, (ଆଇଏଏସ୍) ଏହି ଲାଇବ୍ରେରୀକୁ ଉଦଘାଟନ କରିଥିଲେ ।
  • ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ସିଏସ୍ଆର୍ ମୁଖ୍ୟ ପ୍ରଶାନ୍ତ ହୋତା, ଏସଭିନିରତାରର ପ୍ରୋସ୍ଥେଟିକ୍ସ ଓ ଅର୍ଥୋଟିକ୍ସ ବିଭାଗ ମୁଖ୍ୟ ପ୍ରଫେସର ମହାରଣା, ଓଡ଼ିଶା ଆସୋସିଏସନ୍ ଅଫ୍ ଦି ବ୍ଲାଇଣ୍ଡର ସଭାପତି ସନ୍ୟାସୀ ବେହେରା ଏବଂ ୱିଫରୟୁର ସମ୍ପଦକ ଅଭୟ ମହାନ୍ତ  ଉପସ୍ଥିତ ଥିଲେ ।
  • ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ କରି ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ଅତ୍ୟାଧୁନିକ ସହାୟକ ଉପକରଣ ଉପଲବ୍ଧ କରାଇ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିବା  ଏହି ଲାଇବ୍ରେରୀ ଭୁବନେଶ୍ୱରର ଖଣ୍ଡଗିରିବାଡ଼ିଠାରେ ଅବସ୍ଥିତ ।

ସାମାଜିକ ଅନୁଷ୍ଠାନ ୱିଫରୟୁ ଚାରିଟେବଲ୍ ଟ୍ରଷ୍ଟ ଦ୍ବାରା ଏହାର ପରିଚାଳନା କରାଯିବ ।  

  • ଦୃଷ୍ଟିହୀନ ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଜେଏସ୍ ପି ଫାଉଣ୍ଡେସନ୍ ଓ ୱିଫରୟୁର ଅଭିନବ ପ୍ରୟାସକୁ ବିଷ୍ଣୁପଦ ସେଠୀ (ଆଇଏଏସ୍) ପ୍ରଶଂସା କରିଥିଲେ। ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ସହାୟତା କରିବା ସହିତ ସେମାନଙ୍କ ଜୀବନରେ ବହୁତ ଉନ୍ନତି ଆଣିବାରେ ଏହି ଲାଇବ୍ରେରୀ ସାହାଯ୍ୟ କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।
  • ଏହି ଅବସରରେ ପ୍ରଶାନ୍ତ ହୋତା କହିଥିଲେ, “ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଦର୍ଶନ ଦ୍ବାରା ଅନୁପ୍ରାଣିତ ହୋଇ ଆମେ ସର୍ବଦା ଏକ ଅନ୍ତର୍ଭୁକ୍ତ ଭାରତ ଗଠନ ନିମନ୍ତେ ପ୍ରୟାସରତ । ଏହି ଲାଇବ୍ରେରୀ ଏ ଦିଗରେ ଆମର ଅନ୍ଯତମ ପ୍ରୟାସ । ଏହି ପାଠାଗାର ଭୁବନେଶ୍ବରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରିବ ବୋଲି ଆମେ ଆଶା କରୁଛୁ” ।


ଉନ୍ନତ ଜ୍ଞାନକୌଶଳବ୍ୟବହାର କରି ଦୃଷ୍ଟିହୀନମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଥିବା ଏହି ଲାଇବ୍ରେରୀରେ ୧୦୦ରୁ ଅଧିକ ଅତ୍ୟାଧୁନିକ ସହାୟକ ଉପକରଣ ରହିଛି ।  ସ୍ପିଚ୍ ରେକଗ୍ନିସନ୍ ଡିଭାଇସ୍, ମୋବିଲିଟି ଏଡସ ଏବଂ ଯୋଗାଯୋଗ ଉପକରଣ ବିଭିନ୍ନ ଅତ୍ୟାଧୁନିକ ଉପକରଣଗୁଡିକୁ ଭାରତ ଏବଂ ବିଦେଶର ବିଭିନ୍ନ ଅଞ୍ଚଳରୁ ଅଣାଯାଇଛି । ଦୃଷ୍ଟିହୀନ ବ୍ୟକ୍ତିମାନେ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦୈନନ୍ଦିନ ଆବଶ୍ୟକତା କ୍ଷେତରେ ସହାୟତା ପାଇଁ  ଏହି ଅତ୍ୟାଧୁନିକ ଉପକରଣ ଗୁଡିକୁ ବ୍ୟବହାର କରିପାରିବେ । ଉପକରଣଗୁଡିକର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଦୃଷ୍ଟିହୀନ ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ସହାୟକ ଜ୍ଞାନକୌଶଳର ଗବେଷଣା ଏବଂ ବିକାଶ କ୍ଷେତରେ ମଧ୍ୟ ଏହି ଲାଇବ୍ରେରୀ କାର୍ଯ୍ୟ କରିବ । ୱିଫରୟୁର ଦ୍ୱାରା ବିକଶିତ ବିଭିନ୍ନ ବିଷୟଉପରେ ଅଡିଓ ପୁସ୍ତକ ଗୁଡିକ ମଧ୍ୟ ଏହି ଲାଇବ୍ରେରୀରେ ଉପଲବ୍ଧ ହେବ । 

Leave A Reply

Your email address will not be published.