କମିବ ତାତି, ‘ଗ୍ରୀନ ଜୋନ’ରେ ଓଡ଼ିଶା

0
  • SRC ସତ୍ୟବ୍ରତ ସାହୁଙ୍କ ସୂଚନା

ଭୁବନେଶ୍ୱର //TATKAL ODISHA//

ପଶ୍ଚିମା ବାୟୁ ‘ଲୁ’ ପ୍ରବାହ କମିଛି I ଏଥିଯୋଗୁଁ ରାଜ୍ୟରେ ତାତି  କମିବାକୁ ଯାଉଛି I ରେଡ ଜୋନରୁ ଓଡ଼ିଶା ‘ଗ୍ରୀନ ଜୋନ’କୁ ରୂପାନ୍ତରିତ ହୋଇଛି I 

ତାହା ଆଗାମୀ 36 ଘଣ୍ଟା ଭିତରେ ଅସହ୍ୟ ତାତି କମିଯିବ I  

TATKAL ODISHAକୁ ଏହି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ I ପାଣିପାଗ ବିଭାଗର ରିପୋର୍ଟ ଭିତ୍ତିରେ ଶ୍ରୀ  ସାହୁ କହିଛନ୍ତି ଯେ, 

ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଛି I ଲୋକେ ତାତିରେ ଆଉଟୁ ପାଉଟୁ ହେଉଛନ୍ତି I ହେଲେ 

ଆଗାମୀ 36 ଘଣ୍ଟା ଯାଏ ସାରା ରାଜ୍ୟରେ ଆଉ “ରେଡ ଆଲର୍ଟ” ସ୍ଥିତିନାହିଁ I 

ପଶ୍ଚିମ ଓ  ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ “ୟେଲୋ ଆଲର୍ଟ” ଜାରି ହୋଇଛି I ତାହା ବି ବଦଳିବ I 

 ଦୁଇ ଦିନ ପରେ ତାତି କମିବ I କିଛି  ସ୍ଥାନରେ କାଳ ବୈଶାଖୀ ବର୍ଷା ସହ ପବନ ହେବ I ପାଗ କୋହଲା ରହିବ  ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

Leave A Reply

Your email address will not be published.