କମିବ ତାତି, ‘ଗ୍ରୀନ ଜୋନ’ରେ ଓଡ଼ିଶା
- SRC ସତ୍ୟବ୍ରତ ସାହୁଙ୍କ ସୂଚନା
ଭୁବନେଶ୍ୱର //TATKAL ODISHA//
ପଶ୍ଚିମା ବାୟୁ ‘ଲୁ’ ପ୍ରବାହ କମିଛି I ଏଥିଯୋଗୁଁ ରାଜ୍ୟରେ ତାତି କମିବାକୁ ଯାଉଛି I ରେଡ ଜୋନରୁ ଓଡ଼ିଶା ‘ଗ୍ରୀନ ଜୋନ’କୁ ରୂପାନ୍ତରିତ ହୋଇଛି I
ତାହା ଆଗାମୀ 36 ଘଣ୍ଟା ଭିତରେ ଅସହ୍ୟ ତାତି କମିଯିବ I
TATKAL ODISHAକୁ ଏହି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ I ପାଣିପାଗ ବିଭାଗର ରିପୋର୍ଟ ଭିତ୍ତିରେ ଶ୍ରୀ ସାହୁ କହିଛନ୍ତି ଯେ,
ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ ହୋଇଛି I ଲୋକେ ତାତିରେ ଆଉଟୁ ପାଉଟୁ ହେଉଛନ୍ତି I ହେଲେ
ଆଗାମୀ 36 ଘଣ୍ଟା ଯାଏ ସାରା ରାଜ୍ୟରେ ଆଉ “ରେଡ ଆଲର୍ଟ” ସ୍ଥିତିନାହିଁ I
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ “ୟେଲୋ ଆଲର୍ଟ” ଜାରି ହୋଇଛି I ତାହା ବି ବଦଳିବ I
ଦୁଇ ଦିନ ପରେ ତାତି କମିବ I କିଛି ସ୍ଥାନରେ କାଳ ବୈଶାଖୀ ବର୍ଷା ସହ ପବନ ହେବ I ପାଗ କୋହଲା ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I