tatkalodisha.in

ସତ୍ୟ.. ନିରପେକ୍ଷ.. ତତ୍କାଳ

ନୂଆପଡ଼ା ଟକ୍କର : ଚାରି ଦିନ ପରେ ଚୂଡାନ୍ତ ଭୋଟର ତାଲିକା

1 min read

ନୂଆପଡା //TATKAL ODISHA//

ନୂଆପଡା ଉପନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି I ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ହେଲେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନାହିଁ I

ତେବେ ନିର୍ବାଚନରେ ମୋଟ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତାଦାତା ଭୋଟ୍ ଦେବେ। ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି। ଅକ୍ଟୋବର ୯ରେ ଭୋଟର ତାଲିକାର ଚୂଡ଼ାନ୍ତ ପ୍ରକାଶନ ହେବ।

ନିର୍ବାଚନ ମଣ୍ଡଳୀରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି।ମୋଟ ମତଦାନ କେନ୍ଦ୍ର ୩୦୨ ରୁ ୩୫୮କୁ ବୃଦ୍ଧି ହୋଇଥିବା ବେଳେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ ମତଦାନ କେନ୍ଦ୍ର ୩୫୮ ରହିଥିବାବେଳେ ସହରାଞ୍ଚଳରେ ୩୬ ଥିବାବେଳେ ଗ୍ରାମାଞ୍ଚଳରେ ୩୨୨ ରହିଛି।

Share

Leave a Reply